ଇରାନ୍‌ର ସେନାମୁଖ୍ୟ ଅଲ୍ଲି ଶାଦ୍‌ମାନି ନିହତ

0

ଓଡ଼ିଆ ନ୍ୟୁଜ୍: ଇରାନ୍‌ର ସେନାମୁଖ୍ୟ ଅଲ୍ଲି ଶାଦ୍‌ମାନି ନିହତ।ଇସ୍ରାଏଲ୍‌ ସେନାର ଆକ୍ରମଣରେ ଅଲ୍ଲି ଶାଦ୍‌ମାନି ମୃତ।କିଛି ଦିନ ପୂର୍ବରୁ ଆର୍ମି ଚିଫ୍‌ ଭାବେ ନିଯୁକ୍ତି ହୋଇଥିଲେ।ଅଲି ଶାଦମାନୀ ଇରାନୀ ସେନାର ଜରୁରୀକାଳୀନ କମାଣ୍ଡର ଥିଲେ। ସମ୍ପ୍ରତି ତାଙ୍କୁ ସମଗ୍ର ସେନାର କମାଣ୍ଡ ଦିଆଯାଇଥିଲା, କାରଣ ପୂର୍ବ କମାଣ୍ଡର ଆଲା ଅଲି ରସିଦ ଆକ୍ରମଣରେ ମୃତ୍ୟୁବରଣ କରିସାରିଛନ୍ତି।

ଅଲି ଶାଦମାନୀ ଇରାନୀ ସେନା ଏବଂ ରିଭୋଲ୍ୟୁସନାରୀ ଗାର୍ଡ (IRGC) ଉଭୟର ନେତୃତ୍ୱ ନେଇଥିଲେ। ତାଙ୍କୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସାମରିକ ନେତାଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଉଥିଲା। ତାଙ୍କ ମୃତ୍ୟୁକୁ ଇରାନୀ ସେନା ପାଇଁ ଏକ ବଡ଼ ଧକ୍କା ବୋଲି ବିବେଚନା କରାଯାଉଛି।

Leave A Reply

Your email address will not be published.