ଇରାନର କ୍ଷେପଣାସ୍ତ୍ର ମାଡ଼ରେ ଇସ୍ରାଏଲର ହସ୍ପିଟାଲ ଧ୍ବଂସ

0

ଓଡ଼ିଆ ନ୍ୟୁଜ୍: ଭୀଷଣ ହେଉଛି ଇରାନ୍-ଇସ୍ରାଏଲ ଯୁଦ୍ଧ। ଆଟାକ୍-କାଉଣ୍ଟର ଆଟାକ୍ ତୀବ୍ର ହେଉଛି ।  ଇସ୍ରାଏଲର ଆକ୍ରମଣ ପରେ, ଇରାନ ଏହାର ପ୍ରତିଶୋଧକୁ ଆହୁରି ଭୟଙ୍କର କରିଛି। ଇରାନ ଅନେକ ବାଲିଷ୍ଟିକ କ୍ଷେପଣାସ୍ତ୍ର ସାହାଯ୍ୟରେ ଇସ୍ରାଏଲ ଉପରେ ଆକ୍ରମଣ କରିଛି। ଏହା ଇସ୍ରାଏଲର ଏକ ବଡ଼ ହସ୍ପିଟାଲକୁ ସିଧାସଳଖ ଟାର୍ଗେଟ କରିଛି।ଇରାନର ଆକ୍ରମଣ ପରେ ଇସ୍ରାଏଲର ବଡ଼ କ୍ଷତି ହୋଇଛି।

ଇରାନ ଇସ୍ରାଏଲର ଦକ୍ଷିଣରେ ଥିବା ଇସ୍ରାଏଲର ସୋରୋକା ମେଡିକାଲ ସେଣ୍ଟର ଉପରେ ଆକ୍ରମଣ କରିଛି।ହସ୍ପିଟାଲର ବିଭିନ୍ନ ଅଞ୍ଚଳ ବହୁତ କ୍ଷତି ହୋଇଛି ଏବଂ ଆକ୍ରମଣରେ ଲୋକମାନେ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ହସ୍ପିଟାଲ ନ ଆସିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି।ହସ୍ପିଟାଲରେ ୧,୦୦୦ ରୁ ଅଧିକ ଶଯ୍ୟା ଅଛି ଏବଂ ଏହା ଇସ୍ରାଏଲର ଦକ୍ଷିଣର ପ୍ରାୟ ୧ ନିୟୁତ ବାସିନ୍ଦାଙ୍କୁ ସେବା ପ୍ରଦାନ କରୁଥିଲା।ହସ୍ପିଟାଲ ଉପରେ ଆକ୍ରମଣ ପରେ ଭୟବିତ ଅବସ୍ଥାରେ ଅଛନ୍ତି।

 

Leave A Reply

Your email address will not be published.