ଅଦିନିଆ ରଥଯାତ୍ରାକୁ ଦୃଢ ବିରୋଧ !

0

ଓଡ଼ିଆ ନ୍ୟୁଜ୍: ଇସ୍କନ ପକ୍ଷରୁ ହେଉଥିବା ଅଦିନିଆ ରଥଯାତ୍ରା ପ୍ରସଙ୍ଗରେ ପ୍ରେସମିଟ୍‌। ଅଦିନିଆ ରଥଯାତ୍ରାକୁ ନାପସନ୍ଦ କଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ।ପରମ୍ପରା ଭଙ୍ଗ କରି ଇସ୍କନ ପକ୍ଷରୁ ସ୍ନାନ ଯାତ୍ରା ଓ ରଥଯାତ୍ରା କରାଯାଉଛି। ଇସ୍କନ ପକ୍ଷରୁ ସ୍ନାନ ଯାତ୍ରା ଓ ରଥଯାତ୍ରା ଶାସ୍ତ୍ର ଅନୁମୋଦିତ ନୁହେଁ। ଏନେଇ ଇସ୍କନ ମାୟାପୁରୀର ଶାସ୍ତ୍ର ବିଶେଷଜ୍ଞଙ୍କ ସହ ଆଲୋଚନା ହୋଇଛି।କେବଳ ଧାର୍ଯ୍ୟ ତିଥି ଅନୁସାରେ ସବୁ କିଛି ହେବା କଥା ସହମତି ହୋଇଛି।ଏହା ମଧ୍ୟ ଗତ ପରିଚାଳନା କମିଟି ବୈଠକରେ ଅନୁମୋଦିତ ହୋଇଛି।ଏସମ୍ପର୍କିତ ନିଷ୍ପତ୍ତି ଇସ୍କନ କର୍ତ୍ତୃପକ୍ଷଙ୍କ ନିକଟକୁ ଇ-ମେଲ୍‌/କୋରିଅରରେ ଯାଇଛି। ଅଦିନିଆ ରଥଯାତ୍ରାକୁ ଉପସ୍ଥିତ ଜଗନ୍ନାଥ ସସ୍କୃତି ବିଶାରଦ ମଧ୍ୟ ନାପସନ୍ଦ କଲେ।

ଇସ୍କନ ପକ୍ଷରୁ ଦର୍ଶା ଯାଉଥିବା ସମସ୍ତ ଯୁକ୍ତିକୁ ଖଣ୍ଡନ କଲେ ସଂସ୍କୃତି ବିଶାରଦ। କାହାକୁ ଖୁସି କରିବା ପାଇଁ ଭିନ୍ନ ଭିନ୍ନ ସମୟରେ ରଥଯାତ୍ରା ଗ୍ରହଣୀୟ ନୁହେଁ। ସନାତନ ଧର୍ମ ନାଁରେ ଯାହା ସେମାନେ ପ୍ରଚାର କହୁଛନ୍ତି, ବାସ୍ତବରେ ଅପପ୍ରଚାର।ଶାସ୍ତ୍ର ହେଉଛି ସାର୍ବଜନୀନ ପ୍ରୟୋଗ, ଏହାର ବ୍ୟତିକ୍ରମ ଠିକ୍‌ ନୁହେଁ।ଭିନ୍ନ ଭିନ୍ନ ତିଥିରେ ଯାତ୍ରା କଥା ଲେଖାଯାଇଛି, ମାତ୍ର ତାହା ରଥଯାତ୍ରା ନୁହେଁ।ରଥଯାତ୍ରା ହେଉଛି ଲୋକଙ୍କ ମଙ୍ଗଳ ପାଇଁ, ଅଦିନରେ କଲେ ଦୁର୍ବିପାକ ହେବ।

Leave A Reply

Your email address will not be published.