ଓଡ଼ିଆ ନ୍ୟୁଜ୍: କେବେ ସୁଧୁରିବ ଇସ୍କନ । ବାରମ୍ବାର ତାଗିଦ ଓ ବିରୋଧ ପରେ ବି ମନମାନି କରୁଛି ଇସ୍କନ । ପୁଣି ଇସ୍କନର ଅଦିନିଆ ରଥଯାତ୍ରା । ମଧୁବନ ଆଶ୍ରମ ରିଷିକେଷ ଦ୍ବାରା ଆୟୋଜିତ ହୋଇଛି ରଥଯାତ୍ରା । ୨୮ତମ ଶ୍ରୀଜଗନ୍ନାଥ ରଥଯାତ୍ରାକୁ ସଂପୂର୍ଣ୍ଣ କରିଛି ଇସ୍କନ ।
ଅକ୍ଟୋବର ୭ ତାରିଖରେ ଅଦିନିଆ ଅନୁଷ୍ଠିତ ହୋଇଛି ରଥଯାତ୍ରା । ବାରମ୍ବାର ତାଗିଦ ପରେ ବି ମାନୁନି ଇସ୍କନ । ଯାହାକି ସମସ୍ତ ଜଗନ୍ନାଥ ପ୍ରେମୀଙ୍କୁ ଝଟ୍କା ଦେଇଛି । ଖବର ଅନୁଯାୟୀ, ଗତ ୭ ତାରିଖ ଦିନ ଇସ୍କନ କର୍ତ୍ତୃପକ୍ଷଙ୍କ ପକ୍ଷରୁ ରିଷିକେଶରେ ଅଦିନିଆ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି ।