ଓଡ଼ିଆ ନ୍ୟୁଜ(ବ୍ୟୁରୋ): ମେନକା ଗାନ୍ଧିଙ୍କ ଉପରେ ୧୦୦ କୋଟି ଟଙ୍କାର ମାନହାନୀ ମାମଲା କରିବ ଇସ୍କନ। ଇସ୍କନ ମନ୍ଦିର ଉପରେ ଟିପ୍ପଣୀ ଦେଇ ବିଜେପି ସାଂସଦ ମେନକା ଗାନ୍ଧି ଅଡୁଆରେ ପଡିଥିବାର ନଜର ଆସିଛନ୍ତି। ଇସ୍କନ ମନ୍ଦିର ଏବେ ଏହି ମାମଲାରେ ତାଙ୍କ ବିରୋଧରେ ଆଇନଗତ ପଦକ୍ଷେପ ଗ୍ରହଣ କରିବାକୁ ଯାଉଛି। ଏହା ଅନୁସାରେ, ଇସ୍କନ ମେନକାଙ୍କ ବିରୋଧରେ ୧୦୦ କୋଟି ଟଙ୍କାର ମାନହାନୀ ମାମଲା ରୁଜୁ କରିବାକୁ ଯାଉଛି। ଇସ୍କନ କୋଲକାତାର ଭାଇସ୍ ପ୍ରେସିଡେଣ୍ଟ ରାଧାରାମ ଦାସ କହିଛନ୍ତି,ସାରା ସୁନିଆରେ ବ୍ୟାପିଥିବା ଆମର ଭକ୍ତ ମେନକାଙ୍କ ମନ୍ତବ୍ୟରେ ଆଘାତ ପାଇଛନ୍ତି। ଇସ୍କନ କୋଲକାତାର ଭାଇସ୍ ପ୍ରେସିଡେଣ୍ଟ ରାଧାରାମ ଦାସ କହିଛନ୍ତି ମେନକା ଗାନ୍ଧିଙ୍କ ଟିପ୍ପଣୀ ଖୁବ୍ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା। ତାଙ୍କର ଏହି ଭୁଲ ମନ୍ତବ୍ୟ ପାଇଁ ସାରା ଦୁନିଆରେ ଥିବା ଇସ୍କନ ଭକ୍ତଙ୍କୁ ଆଘାତ ଲାଗିଛି।
ସେ କହିଛନ୍ତି, ଆମେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛୁ ଓ ୧୦୦ କୋଟି ଟଙ୍କାର ମାନହାନୀ ମାମଲା ରୁଜୁ କରିବାକୁ ଯାଉଛି। ରାଧାରାମ ଦାସ କହିଛନ୍ତି, ଆମେ ଆଜି ନୋଟିସ ପଠାଇ ଦେଇଛୁ। ସେ କହିଛନ୍ତି, ଶେଷରେ ଜଣେ ସାଂସଦ ଯିଏକି ପୂର୍ବତନ ମନ୍ତ୍ରୀ ରହିସାରିଛନ୍ତି, ବିନା କୌଣସି ପ୍ରମାଣରେ ଏତେ ବଡ ସମାଜ ବିରୋଧରେ ଏଭଳି ମିଛ କଥା କରିପାରିବେ ? ରାଧାରାମ ଦାସ ଆହୁରି କହିଛନ୍ତି ଯେ, ମେନକା ଗାନ୍ଧୀ କହୁଛନ୍ତି, ସେ ଆମର ଅନନ୍ତପୁର ଗୋଶାଳା ଯାଇଥିଲେ। କିନ୍ତୁ ସେଠାର ଭକ୍ତଙ୍କୁ ଏହା ଜଣାନାହିଁ। ଆମେ ତାଙ୍କ ସହିତ କଥା ହେଉଛୁ, କିନ୍ତୁ ତାଙ୍କୁ ମନେ ନାହିଁ ସେ କେବେ ଏଠାକୁ ଆସିଥିଲେ। ସେ ଆଗକୁ କହିଛନ୍ତି, ଆପଣ ଘରେ ବସି ଏଭଳି ବୟାନ ଦେଉଛନ୍ତି ଯେ, ଇସ୍କନ ନିଜ ଗାଈଙ୍କୁ କସେଁଇ ହାତରେ ବିକ୍ରି କରୁଛି, ଏହା ଖୁବ୍ ଦୁର୍ଭାଗ୍ୟଜନକ କଥା। ଆମେ ଏହା କଡା ବିରୋଧ କରିବା ସହ ଆଇନଗତ ପଦକ୍ଷେପ ନେବୁ ।