ଲେବାନନ୍‌ରେ ଇସ୍ରାଏଲ୍‌ର ଆକ୍ରମଣ, ୧୩ ମୃତ

0

ଓଡ଼ିଆ ନ୍ୟୁଜ୍: ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍, ୧୩ ଜଣଙ୍କ ମୃତ୍ୟୁ। ୧୩ ଜଣଙ୍କ ମୃତ୍ୟୁ, ଅନେକ ଆହତ ହସ୍ପିଟାଲରେ ଭର୍ତ୍ତି।ସିଦୋନରେ ପାଲେଷ୍ଟାଇନ୍ ଶରଣାର୍ଥୀ କ୍ୟାମ୍ପ ଉପରେ ଡ୍ରୋନ୍‌ ହମ୍‌ଲା।ଯୁଦ୍ଧବିରାମ ପରେ ଲେବାନନ୍ ଉପରେ ଏହା ସବୁଠୁ ଘାତକ ଆକ୍ରମଣ। ଶରଣାର୍ଥୀ କ୍ୟାମ୍ପ ନୁହେଁ ଏହା ଆତଙ୍କବାଦୀଙ୍କ କ୍ୟାମ୍ପ କହିଲା ଇସ୍ରାଏଲ୍। କ୍ୟାମ୍ପରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦିଆଯାଉଥିବା ଇସ୍ରାଏଲ୍‌ର ଅଭିଯୋଗ।ଅଭିଯୋଗକୁ ଖଣ୍ଡନ ସହ ଏହାକୁ ଜଘନ୍ୟ ଅପରାଧ କହିଲା ହମାସ୍।

ଜାତୀୟ ସମାଚାର ଏଜେନ୍ସି କହିଛି ଯେ, ଉପକୂଳବର୍ତ୍ତୀ ସିଡନ୍ ସହର ଉପକଣ୍ଠରେ ଥିବା ଆଇନ୍ ଏଲ୍-ହିଲୱେ ଶରଣାର୍ଥୀ ଶିବିରରେ ଏକ ମସଜିଦର ପାର୍କିଂ ସ୍ଥାନରେ କାର ଉପରେ ଡ୍ରୋନ୍ ଆକ୍ରମଣ ହୋଇଥିଲା। ଲେବାନନ୍ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଏହି ଏୟାର ଷ୍ଟ୍ରାଇକ୍‌ରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି।

Leave A Reply

Your email address will not be published.