ଭର୍ଚୁଆଲ ସ୍ପେସ୍‌ ମ୍ୟୁଜିୟମ୍‌ ସ୍ପାର୍କ ଲଞ୍ଚ୍‌ କଲା ISRO

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦେଶ ପାଳୁଛି ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉତ୍ସବ। ଏହି ଅବସରରେ ଦେଶ ପାଳନ କରୁଛି ଆଜାଦି କି ଅମୃତ ମହୋତ୍ସବ। ଏହାରି ଭିତରେ ଇସ୍ରୋ ନିଜର ଭର୍ଚୁଆଲ ସ୍ପେସ୍‌ ମ୍ୟୁଜିୟମ୍‌ ସ୍ପାର୍କ ଲଞ୍ଚ୍‌ କରିଛି । ଏହା ଏକ ଡିଜିଟାଲ୍‌ କଣ୍ଟେଣ୍ଟ । ଏଥିରେ ଇସ୍ରୋର ଇତିହାସ ଓ ସଫଳତା ପ୍ରଦର୍ଶିତ ହୋଇଛି। ଇସ୍ରୋ ଏଥିପାଇଁ ସ୍ପେସ୍‌ପାର୍କ ଡଟ୍‌ ଇସ୍ରୋ ଡଟ୍‌ ଜିଓଭି ଡଟ୍‌ ଇନ୍‌ ନାମକ ୱେବ୍‌ସାଇଟ୍‌ ଲଞ୍ଚ୍‌ କରିଛି । ଏଥିରେ ବିଭିନ୍ନ ପ୍ରକାର ଦସ୍ତାବିଜ, ଫଟୋ, ଭିଡିଓ ଆପଣ ଦେଖିପାରିବେ। ଏ ସବୁ ଇସ୍ରୋର ଇତିହାସ ସହ ସଂଶ୍ଳିଷ୍ଟ ।

ଇସ୍ରୋର ମିଶନ୍‌ ଗୁଡ଼ିକର କାହାଣୀ, ରକେଟ୍‌, ସାଟେଲାଇଟ୍‌ ଓ ଅନ୍ୟ ବୈଜ୍ଞାନିକ ମିଶନ୍‌ର ତଥ୍ୟ ଏଥିରେ ରହିଛି । ସ୍ପାର୍କ ଇସ୍ରୋର ପ୍ରଥମ ୩-ଡି ଭର୍ଚୁଆଲ୍‌ ସ୍ପେସ୍‌ ଟେକ୍‌ ପାର୍କ । ଏଥିରେ ମ୍ୟୁଜିୟମ୍‌ ଓ ଥିଏଟର ରହିଛି । ଅବ୍‌ଜର୍ଭେଟୋରି ଓ ବଗିଚା ବି ଅଛି । ପିଲାଙ୍କ ଖେଳିବା ସ୍ଥାନ ସମେତ ଅସଲି ଆକାରଯୁକ୍ତ ରକେଟ୍‌ ମଧ୍ୟ ପ୍ରଦର୍ଶିତ ହୋଇଛି । ହ୍ରଦ ନିକଟରେ କଫି କେନ୍ଦ୍ର ରହିଛି । ସମୁଦ୍ର କୂଳରେ ପାର୍କ ଏହା ନିର୍ମିତ। ଇସ୍ରୋ ସହ ଜଡ଼ିତ ସବୁ ତଥ୍ୟ ଏଠାରେ ଲୋକମାନେ ପାଇ ପାରିବେ। 

Leave A Reply

Your email address will not be published.