ଆଉ ଚଳିବନି ଡିଜିଟାଲ ଋଣ ପ୍ରଦାନକାରୀ ଆପ୍ ଗୁଡ଼ିକର ମନମାନି

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ଆଉ ଚଳିବନି ଡିଜିଟାଲ ଋଣ ଆପ ଗୁଡ଼ିକର ମାନମାନି। ଏଣିକି ସବୁ ସାବାଡ ହେବେ। ଡିଜିଟାଲ ଋଣ ଆପ୍ ଗୁଡ଼ିକ ଉପରେ କଠୋର ହେଲା ଆରବିଆଇ । ଡିଜିଟାଲ ଆପ ଗୁଡିକ ଜରିଆରେ ଅନେକ ପ୍ରକାର ଠକେଇ ଅଭିଯୋଗ ଆସିବା ପରେ ଆରବିଆଇ କଠୋର ହୋଇଛି । ଡିଜିଟାଲ ଋଣ ଆପ୍ ଗୁଡିକର ଉତ୍ପାତ ଦିନକୁ ଦିନ ବଢିବାରେ ଲାଗିଛି । ଏଭଳି ସ୍ଥିତିରେ ସେମାନଙ୍କ ଉପରେ ଶକ୍ତ ଆଭିମୁଖ୍ୟ ପ୍ରକାଶ କରିଛି ଆରବିଆଇ।

ଏହି ଆପ ଗୁଡିକ ଉପରେ ଏବେ ବିଶେଷ ନଜର ଦିଆଯିବ । ଡିଜିଟାଲ ଋଣ ଆପ ଗୁଡିକ ସହ ସେମାନଙ୍କ ଜରିଆରେ ଋଣ ଯୋଗାଉଥିବା ବିତ୍ତୀୟ ସଂସ୍ଥାଗୁଡିକ ଉପରେ ମଧ୍ୟ ନଜର ରହିବ ବୋଲି କହିଛି ଆରବିଆଇ । ଏଥିପାଇଁ ଗାଇଡଲାଇନ ଜାରି କରିଛି ଆରବିଆଇ । ଗାଇଡଲାଇନ ଅନୁସାରେ, ଋଣ ଯୋଗାଣ ଏବଂ ଏହାକୁ ଆଦାୟ କରିବାରେ ଅଧିକାର କେବଳ ବ୍ୟାଙ୍କ ଏବଂ ଉକ୍ତ ବିତ୍ତୀୟ ସଂସ୍ଥାଗୁଡିକୁ ଦିଆଯାଇଛି । ଯେଉଁନାଙ୍କୁ ବର୍ରମାନର ବ୍ୟବସ୍ଥା ଅଧୀନରେ ଠିକ୍ ଭାବେ ନିୟନ୍ତ୍ରିତ କରାଯାଇଥାଏ । ଋଣ ଯୋଗାଣ ଏବଂ ଆଦାୟ କାର୍ଯ୍ୟ କୌଣସି ତୃତୀୟ ପକ୍ଷକୁ ଦିଆଯାଇପାରିବ ନାହିଁ ବୋଲି ଗାଇଡଲାଇନ୍ ଉଲ୍ଲେଖ କରାଯାଇଛି ।

ରିଜର୍ଭ ବ୍ୟାଙ୍କ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି ଯେ, ଋଣ ଯୋଗାଣ ଏବଂ ରି-ପେମେଣ୍ଟ କାରବାର କେବଳ ଋଣଗ୍ରହିତା ଓ ନିୟନ୍ତ୍ରିତ ବିତ୍ତୀୟ ସଂସ୍ଥାଗୁଡିକର ବ୍ୟାଙ୍କ ଖାତା ମଧ୍ୟରେ ହେବା ଦରକାର । କୌଣସି ତୃତୀୟ ପକ୍ଷ ସେବା ପ୍ରଦାନକାରୀ ଅବା କୌଣସି ତୃତୀୟ ପକ୍ଷ ପୁଲ୍ ଆକାଉଣ୍ଟ ଜରିଆରେ କାରବାର ହୋଇପାରିବ ନାହିଁ । ଏହି ଗାଇଡ ଲାଇନ ପରେ ଅନେକ ଅନଲାଇନ୍ ଋଣ ଆପ୍ ଗୁଡ଼ିକର ପ୍ରାଦୁର୍ଭାବ କମିଯିବ।

Leave A Reply

Your email address will not be published.