ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ ଆଇଟି ରେଡ୍

0

ଓଡ଼ିଆ ନ୍ୟୁଜ୍: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଘରେ IT ରେଡ।୨୦ରୁ ଅଧିକ ସ୍ଥାନରେ ଆୟକର ବିଭାଗର ଚଢ଼ାଉ।ଝାରସୁଗୁଡ଼ା, ସମ୍ବଲପୁର, ଭୁବନେଶ୍ବରରେ IT ରେଡ୍।ଆୟକର ଫାଙ୍କିବା ଅଭିଯୋଗରେ ତନାଘନା।ବିଭିନ୍ନ ସ୍ଥାନରେ ଚଢ଼ାଉରେ ୨୦ ଟିମ୍‌ ସାମିଲ।  ଆଜି ସକାଳ ୫ଟାରୁ ଝାରସୁଗୁଡ଼ା, ସମ୍ବଲପୁର, ଭୁବନେଶ୍ଵର, କଟକ, ପୁରୀ, ଓ ଦିଲ୍ଲୀରେ ଆଇଟି ରେଡ୍ କରୁଛି। ଆୟକର ଫାଙ୍କିବା ଅଭିଯୋଗରେ ତନାଘନା ଚାଲିଛି। ବିଭିନ୍ନ ସ୍ଥାନରେ ଚଢାଉରେ ୨୦ଟି ଟିମ୍‌ରେ ୧୦୦ରୁ ଅଧିକ ଅଧିକାରୀ ସାମିଲ ଅଛନ୍ତି। ଏଥି ସହିତ ସୁନ୍ଦରଗଡ ସମ୍ପର୍କୀୟ ଘରେ , ସମ୍ବଲପୁର ମୁଦୀପଡ଼ା ସ୍ଥିତ ନବ ଦାସଙ୍କ ଘର ସହ ଦେଶର ବିଭିନ୍ନ ସ୍ଥାନରେ ଚଢ଼ାଉ ଚାଲିଛି । ନବ ଦାସଙ୍କ କୋଇଲା ଟ୍ରାନ୍ସପୋର୍ଟ ବ୍ୟବସାୟ ଆଧାରରେ ଯାଞ୍ଚ କରୁଛି ଆଇଟି ବିଭାଗ ।

କୋଇଲା ଦସ୍ତାବିଜ ଯାଞ୍ଚ କରୁଛି ଆଇଟି ବିଭାଗ। ୧୨୦ ଟି ଆଇଟି ଅଫିସର, ୪୦ ଟି ସିଆରପିଏଫ, ସହିତ ୧୮୦ ଅଧିକାରୀ ଏହି ରେଡରେ ସାମିଲ ହୋଇଛନ୍ତି । ଆୟକର ଫାଙ୍କିବା ଅଭିଯୋଗରେ ଚାଲିଛି ତନାଘନା । ଆଜି ଭୋର ୫ ଟାରୁ ଚଢ଼ାଉ କରିଛି ଆୟକର ବିଭାଗ । ଦୀପାଳି ଦାସ ପୁରୀରୁ ଫେରୁଥିବା ବେଳେ, ବିଶାଳ ଦାସ ଦିଲ୍ଲୀରେ ଅଛନ୍ତି । ଉଭୟଙ୍କ ଉପରେ ଆଇଟି ଟିମ୍ ନଜର ରଖିଛି ।

୩ଟି ଅଫିସ୍ ବନ୍ଦ ଅଛି ।ଦୀପାଳି ପୁରୀରୁ ଫେରିଲେ ଏହି ଅଫିସରେ ଚଢ଼ାଉ ଆରମ୍ଭ ହେବ । ସେପଟେ କୋଇଲା ଟ୍ରାନ୍ସପୋର୍ଟରେ ଆୟକର ଠକେଇ ଅଭିଯୋଗରେ ନବ ଦାସ ଲିଙ୍କରେ ସୁନ୍ଦରଗଡ଼ରେ ଆୟକର ବିଭାଗର ଚଢ଼ାଉ ଜାରି ରହିଛି । ଏଥିସହ ନବ ଦାସଙ୍କ ବ୍ୟବସାୟିକ ସହଯୋଗୀଙ୍କ ଅଫିସରେ ଚଢ଼ାଉ କରି ଟ୍ରାନ୍ସପୋର୍ଟର ଦସ୍ତାବିଜ ଯାଞ୍ଚ କରୁଛି ଟିମ୍‌ ।

Leave A Reply

Your email address will not be published.