ଓଡ଼ିଆ ନ୍ୟୁଜ(ବ୍ୟୁରୋ): ରାଜ୍ୟରେ ଫାଇଲେରିଆ ନିରାକରଣ ଲାଗି ଅଗଷ୍ଟ ୧୦ରୁ ଦିଆଯିବ ଆଇଭରମେଟିନ ବଟିକା। ଫାଇଲେରିଆ ନିରାକରଣ ଲାଗି ସ୍ୱାସ୍ଥ୍ୟ ବିଭାଗ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିଛି। ଫାଇଲେରିଆ ରୋଗ ନିରାକରଣ ପାଇଁ ଆଇଭରମେଟିନ ବଟିକା ଦିଆଯିବ। ଆସନ୍ତା ଅଗଷ୍ଟ ୧୦ରୁ ରାଜ୍ୟରେ ସାମୁହିକ ଔଷଧ ବିତରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଅଗଷ୍ଟ ୧୦ରୁ ୧୯ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଚାଲିବ। ୧୧ ଜିଲ୍ଲାର ୧ କୋଟି ୮୧ ଲକ୍ଷ ଲୋକଙ୍କୁ ଏହି କାର୍ଯ୍ୟକ୍ରମରେ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ୬୫ ହଜାର ୬୬୬ ଡ୍ରଗ୍ ଅଫିସର ନିୟୋଜିତ ହେବେ। ୧୦ ଦିନ ଭିତରେ ସମସ୍ତଙ୍କୁ ଔଷଧ ସେବନ କରାଇବା ଲକ୍ଷ୍ୟ ରଖାଯାଇଛି। ଗର୍ଭବତୀ ମହିଳା, ୨ ବର୍ଷରୁ କମ ବୟସର ଶିଶୁ, ଏକ ସପ୍ତାହ ଭିତରେ ଶିଶୁ ଜନ୍ମ କରିଥିବା ମାଆ ଓ ଅତ୍ୟନ୍ତ ଅସୁସ୍ଥ ଥିବା ବ୍ୟକ୍ତିଙ୍କୁ ଔଷଧ ଦିଆଯିବନି। ଆଶାକର୍ମୀ ଓ ତାଲିମପ୍ରାପ୍ତ ସ୍ବେଚ୍ଛାସେବୀ ଘରକୁ ଘର ବୁଲି ଲୋକଙ୍କୁ ଏହି ଔଷଧ ଖୁଆଇବେ ।
ସୂଚନା ଥାଉକି, ଏବେ ରାଜ୍ୟର ୯ ଜିଲ୍ଲା ଫାଲେରିଆମୁକ୍ତ ଘୋଷଣା ପାଇଁ ଯୋଗ୍ୟ ବିବେଚିତ ହୋଇସାରିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଂଜନ ମିଶ୍ର କହିଛନ୍ତି ଯେ, କ୍ରୁମି ପାଇଁ ଦିଆଯାଉଥିବା ଏହି ବଟିକା କୋଭିଡ ସମୟରେ ନିରାକରଣ ପାଇଁ ବ୍ୟବହାର ହୋଇ ଚର୍ଚ୍ଚାକୁ ଆସିଥିଲା।