ପୁଣି ଚର୍ଚ୍ଚାରେ ଜାଗୃତି ଶୁକ୍ଳା

0

ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ଚାଲିଥିବା ମାମଲା ପୁଣିଥରେ ଚର୍ଚାକୁ ଆସିଥିବା ବେଳେ ଜାଗୃତି ଶୁକ୍ଳାଙ୍କ ସୋସିଆଲ ମିଡ଼ିଆ ପୋଷ୍ଟ ପୁଣି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ପାଲଟିଛି ।ସୋସିଆଲ ମିଡିଆରେ ସାଂସଦ ଅନୁଭବ ମହାନ୍ତିଙ୍କ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ନାମ ନ ନେଇ ତାଙ୍କୁ ଟାର୍ଗେଟ କରିଛନ୍ତି ସାମ୍ବାଦିକା ଜାଗୃତି ଶୁକ୍ଲା।

ସେ ବର୍ଷାଙ୍କୁ ବ୍ୟକ୍ତିଗତ ଦସ୍ତାବିଜ ପ୍ରସ୍ତୁତିରେ ଜାଲିଆତି କରିଥିବା ଅଭିଯୋଗ କରିବା ସହ ଏହାର ତଦନ୍ତ ହେବା ଉଚିତ ନୁହେଁ କି ବୋଲି ପ୍ରଶ୍ନ ଉଠାଇଛନ୍ତି।  ଫେସବୁକ ସେ ଲେଖିଛନ୍ତି ଯେ, ଜଣେ ସାଂସଦଙ୍କ ପତ୍ନୀ ଭିନ୍ନ ଭିନ୍ନ ପରିଚୟ ପତ୍ର ଓ ଡକୁମେଣ୍ଟରେ ଭିନ୍ନ ଭିନ୍ନ ନାଁ ରଖିଛନ୍ତି । ନିଜର ବିବାହ ପ୍ରମାଣପତ୍ର, ମାଟ୍ରିକ ପ୍ରମାଣପତ୍ର, ବ୍ୟାଙ୍କ ଖାତା, ପାସପୋର୍ଟ, ପାନ କାର୍ଡ ଆଦି ସବୁ କାଗଜପତ୍ରରେ ଅଲଗା ଅଲଗା ସାଙ୍ଗିଆ ରଖିଛନ୍ତି । ସେ ନିଜ ପିତାମାତାଙ୍କର ଅଲଗା ଅଲଗା ସାଙ୍ଗିଆ ରଖିଛନ୍ତି । ଏହା ଏକ ଠକେଇ/ଜାଲିଆତି ନୁହେଁ କି ? ଏହାର ତଦନ୍ତ ହେବା ଉଚିତ ନୁହେଁ କି ? ଅଥବା ଜଣେ ସାଂସଦଙ୍କ ପତ୍ନୀ ହିସାବରେ ତାଙ୍କ ପ୍ରତି ଆଇନ ଲାଗୁ ହେବ ନାହିଁ ?  ବର୍ଷା ଅନୁଭବ ଙ୍କ ପାରିବାରିକ ବିବାଦରେ ସବୁବେଳେ ଅନୁଭବ ମହାନ୍ତିଙ୍କ ବନ୍ଧୁ ଜାଗୃତି ଶୁକ୍ଲାଙ୍କ ସହ ସମ୍ପର୍କକୁ ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚା ହୋଇଆସୁଛି ।  ଜାଗୃତି ଶୁକ୍ଲାଙ୍କ ଏହି ପୋଷ୍ଟ ପରେ ପୁଣିଥରେ ଚର୍ଚାକୁ ଆସିଛନ୍ତି ଜାଗୃତି ଶୁକ୍ଲା ।

Leave A Reply

Your email address will not be published.