ଓଡ଼ିଆ ନ୍ୟୁଜ, (ବ୍ୟୁରୋ) : ଜାମ୍ମୁ କାଶ୍ମୀର ଡୋଡା ଜିଲ୍ଲାରେ ଘଟିଛି ବଡ଼ ଧରଣର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଖାଇକୁ ବସ ଖସି ପଡ଼ିବାରୁ ଦୁର୍ଘଟଣା ହୋଇଥିବା ସୂଚନା । ବର୍ତ୍ତମାନ ପର୍ଯ୍ୟନ୍ତ ୧୦ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଆହତ ହୋଇଛନ୍ତି । ସୂଚନା ଅନୁସାରେ ଜାମ୍ମୁ କାଶ୍ମୀରର ଦୌଡା ନିକଟରେ ଏକ ଘରୋଇ ବସ୍ ଘାଟି ତଳକୁ ଖସି ପଡ଼ିବାକୁ 33 ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି ।
ଦୁର୍ଘଟଣାରେ ଅନେକ ଆହତ ମଧ୍ୟ ହୋଇଛନ୍ତି । ବସରେ 40ରୁ ଅଧିକ ଲୋକ ଯାତ୍ରା କରୁଥିବା ସୂଚନା ମିଳିଛି । ଆହତମାନଙ୍କୁ କିସ୍ତୱାର ଏବଂ ଡୋଡାର ସରକାରୀ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଆହତମାନଙ୍କ ମଧ୍ୟରେ କେତେକଙ୍କ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବା ସୂଚନା ମିଳିଛି । ଗୁରୁତର ଆହତମାନଙ୍କର ଅସ୍ତ୍ରୋପଚାର କରାଯାଇଥିବା ବେଳେ ଅନ୍ୟମାନଙ୍କର ଚିକିତ୍ସା କରାଯାଉଛି ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବସ ଦୁର୍ଘଟଣାରେ ମୃତକମାନଙ୍କୁ ଗଭୀର ଶୋକ ପ୍ରକଟ କରିଛନ୍ତି । ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ ପାଣ୍ଠି (PMNRF)ରୁ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦,୦୦୦ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରାଯାଇଛି ।
କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ରେସ୍କ୍ୟୁ ଅପରେସନର ଅନୁଧ୍ୟାନ କରିବା ସହ, ଡୋଡୋ ଜିଲ୍ଲା କମିଶନର ହରବିନ୍ଦର ସିଂହଙ୍କ ସହ ଆଲୋଚନା କରିଛନ୍ତି । ଜିତେନ୍ଦ୍ର ସିଂହ ଟୁଇଟ କରି, ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ଆବଶ୍ୟକ ସହଯୋଗ ଯୋଗାଇ ଦେବା ପାଇଁ ସୂଚନା ଦେଇଛନ୍ତି । ଜାମ୍ମୁ ବସ ଦୁର୍ଘଟଣାକୁ ନେଇ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ସେ ଦୁର୍ଘଟଣା ସମ୍ପର୍କରେ ଅପଡେଟ୍ ନେବା ସହ ସ୍ଥାନୀୟ ପ୍ରାଶାସନ ସହ ଉଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି । ସେ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା ମଧ୍ୟ କରିଛନ୍ତି ।