ଜୁଆ ରୋକିବାକୁ ନୂଆ ଆଇନ୍‌

0

ଓଡ଼ିଆ ନ୍ୟୁଜ୍: ବିଧାନସଭାରେ ପାରିତ ହେଲା ଓଡ଼ିଶା ଜନ ବିଶ୍ବାସ ବିଲ୍ ୨୦୨୫।ଦୀର୍ଘ ସମୟ ଧରି ଆଲୋଚନା ପରେ ଜନ ବିଶ୍ବାସ ବିଲ୍ ପାରିତ।ଜୁଆ ଖେଳି ଧରାପଡ଼ିଲେ ଗଣିବେ ମୋଟା ଅଙ୍କର ଜରିମାନା।ନୂଆ ଆଇନରେ ପୂର୍ବରୁ ଥିବା ଜରିମାନା ରାଶି ବଢ଼ାଇଲେ ସରକାର।ଶହେ ଟଙ୍କା ଜରିମାନା ୨୫ ହଜାର ଓ ହଜାରେ ଟଙ୍କା ଜରିମାନା ୭୫ ହଜାରକୁ ବୃଦ୍ଧି।

ଏହି ବିଲ୍‌ରେ ୯ଟି ବିଭାଗର ୧୬ଟି ମୂଳ ରାଜ୍ୟ ଆଇନ୍‌ରେ ସଂଶୋଧନ।ସର୍ବସାଧାରଣ ବଜାର, ମେଳା, ରାସ୍ତାରେ ଜୁଆ ଖେଳକୁ ବରଦାସ୍ତ କରାଯିବନି।ପଶୁ ପକ୍ଷୀ ଲଢ଼େଇ କରାଉଥିଲେ ମଧ୍ୟ ଗଣିବେ ଜରିମାନା।ଅଭିଯୁକ୍ତଙ୍କୁ ସରକାରୀ ଅଧିକାରୀ ସବ୍‌ଡିଭିଜନାଲ୍ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରିପାରିବେ।ବିଲ୍ ପାରିତ ସମୟରେ ବିରୋଧୀଙ୍କ ବିରୋଧ ସହ କକ୍ଷତ୍ୟାଗ।

Leave A Reply

Your email address will not be published.