ପଦ୍ମ ଧରିବେ ଜୟ ଢୋଲକିଆ !

0

ଓଡ଼ିଆ ନ୍ୟୁଜ୍: ଆଜି ବିଜେପିରେ ମିଶିପାରନ୍ତି ଜୟ ଢୋଲକିଆ।ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆ।ରାଜ୍ୟ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିପାରନ୍ତି ଜୟ ଢୋଲକିଆ।ନୂଆପଡ଼ା ଉପନିର୍ବାଚନ ପୂର୍ବରୁ ବଡ଼ ରାଜନୈତିକ ଚର୍ଚ୍ଚା। ଆଜି ରାଜ୍ୟ କାର୍ୟ୍ୟାଳୟରେ ବିଜେପି ରାଜ୍ୟ ସଭପତିଙ୍କ ଉପସ୍ଥିତିରେ ଜୟ ଢ଼ୋଲକିଆ ବିଜେପିରେ ଯୋଗଦାନ କରିବେ ବୋଲି ସୂଚନା ମିଳିଛି।

ନୂଆପଡାର ପୂର୍ବତନ ବିଧାୟକ ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡାରେ ଉପ ନିର୍ବାଚନ ହେବାକୁ ଯାଉଛି। ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆ ବିଜେଡିରୁ ବିଧାୟକ ଥିବାବେଳେ ତାଙ୍କ ପୁଅ ବିଜେଡି ଟିକେଟରୁ ଲଢ଼ିବା ନେଇ ଚର୍ଚ୍ଚା ହେଉଥିଲା। ସେସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଆଜି ଜୟ ଢୋଲକିଆ ବିଜେପିରେ ଯୋଗ ଦେଇପାରନ୍ତି।

 

Leave A Reply

Your email address will not be published.