ଓଡ଼ିଆ ନ୍ୟୁଜ୍: ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜୟ ଢୋଲକିଆଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା।ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ କଲେ ସ୍ୱାଗତ। ନୂଆପଡ଼ାରେ ଇତିହାସ ସୃଷ୍ଟି ହୋଇଛି : ମନମୋହନ। ସମସ୍ତଙ୍କ ପରିଶ୍ରମରୁ ଏହି ବଡ଼ ସଫଳତା ମିଳିଛି କହିଲେ ମନମୋହନ।ବିଜୟ ଉତ୍ସବରେ ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଲେ ଜୟ ଢୋଲକିଆ।ଏହି ବିଜୟ ନୂଆପଡ଼ାବାସୀ ଓ ବିକାଶର ବିଜୟ କହିଲେ ଢୋଲକିଆ।
ନୂଆପଡାର ବିକାଶର ଧାରାକୁ ଆହୁରି ଆଗକୁ ନିଆଯିବ: ମୁଖ୍ୟମନ୍ତ୍ରୀ। ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ସ୍ମୃତିଚାରଣ କଲେ ମୁଖ୍ୟମନ୍ତ୍ରୀ। ବିଜୟ ଉତ୍ସବରେ ନବୀନଙ୍କୁ ଟାର୍ଗେଟ୍ କଲେ ମୁଖ୍ୟମନ୍ତ୍ରୀ। ଦଳ ପରିବର୍ତ୍ତନ କ’ଣ ବେଇମାନ ବୋଲି ପ୍ରଶ୍ନ କଲେ ମୁଖ୍ୟମନ୍ତ୍ରୀ।ବେଇମାନ କହିଥିବାରୁ ଭୋଟ୍ରେ ଉଚିତ୍ ଜବାବ ଦେଲେ ନୂଆପଡ଼ାବାସୀ।ନୂଆପଡ଼ାବାସୀଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।