ନବୀନଙ୍କ ଡ୍ରାମାକୁ କେହି ଗ୍ରହଣ କରୁନାହାନ୍ତି: ଜୟନାରାୟଣ ମିଶ୍ର

0

ଓଡ଼ିଆ ନ୍ୟୁଜ୍: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ବର୍ଦ୍ଧିତ ଦରମା ନ ନେବା ଘୋଷଣା। ନବୀନଙ୍କୁ ଆକ୍ଷେପ କଲେ ବିଜେପିର ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର। ନବୀନ ବାବୁ ବହୁତ ଧନୀ ଲୋକ, ଏ ସବୁ ଡ୍ରାମା: ଜୟନାରାୟଣ। ଖଣି ଖାଦାନରେ ଅନେକ ଦୁର୍ନୀତି ହୋଇଛି, ତଦନ୍ତ ହେବା ଦରକାର।‘ନବୀନ ବାବୁଙ୍କ ଡ୍ରାମାକୁ ଆଉ କେହି ଗ୍ରହଣ କରୁନାହାନ୍ତି’।’ପ୍ରମିଳା ମଲ୍ଲିକ ଦରମା ବୃଦ୍ଧି ପାଇଁ ବାରମ୍ବାର ବିଧାନସଭାରେ ଦାବି କରିଛନ୍ତି’।ପ୍ରମିଳାଙ୍କ ଦାବିକୁ ନବୀନ ବାବୁଙ୍କର ସମର୍ଥନ ରହିଥିଲା।

ନବୀନ ବାବୁଙ୍କ ବାପା ଏକ ଟଙ୍କା ଦରମା ନେଉଥିଲେ।ଦଳ ପାଇଁ ଏହା ଲାଗୁ କରିଥିଲେ ଭଲ ହୋଇଥାନ୍ତା: ଜୟନାରାୟଣ।ବିଧାନସଭାରେ ନବୀନ ବାବୁ କାହିଁକି ରହିଲେ ନାହିଁ ବୋଲି ପ୍ରଶ୍ନ କଲେ। ‘ବିଧାନସଭା ଅଧିବେଶନ ଆଲୋଚନାରେ ଭାଗ ନେଇ ପାରିଥାନ୍ତେ’। ‘ବିରୋଧ କରିଥିଲେ, ସରକାର ବିଲ୍‌କୁ ପ୍ରତ୍ୟାହାର କରି ନେଇଥାନ୍ତେ।

Leave A Reply

Your email address will not be published.