ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବରିଷ୍ଠ ବିଜେପି ବିଧାୟକ ଜୟ ନାରାୟଣ ମିଶ୍ରଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି ସୁପ୍ରିମକୋର୍ଟ। ମହିଳା ଆଇଆଇସିଙ୍କୁ ମାଡ଼ ମାରିବା ଘଟଣାରେ ଆଗୁଆ ଜାମିନ ଆବେଦନ କରିଥଲେ ଜୟ ନାରୟଣ। ହେଲେ ଆଗୁଆ ଜାମିନ ଦେବାକୁ ମନା କରି ଦେଇଛନ୍ତି ସୁପ୍ରିମକୋର୍ଟ।
ସୂଚନା ଅନୁସାରେ, ମହିଳା ଆଇଆଇସିଙ୍କୁ ଧକ୍କା ମାରିବା ଘଟଣାରେ ଜୟନାରାୟଣଙ୍କ ଆଗୁଆ ଜାମିନ ଆବେଦନକୁ ଓଡ଼ିଶା ହାଇକୋର୍ଟ ପ୍ରଥମେ ଖାରଜ କରିଥିଲେ । ଏହା ପରେ ସେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଏବେ ସୁପ୍ରିମକୋର୍ଟ ଓଡିଶା ହାଇକୋର୍ଟଙ୍କ ରାୟକୁ କାଏମ୍ ରଖିଛନ୍ତି। ଉକ୍ତ ମାମଲାରେ ହାଇକୋର୍ଟରେ ଜୟନାରାୟଣ ଜୟନାରାୟଣ ଆଗୁଆ ଜାମିନ ଆବେଦନ କରିଥିଲେ।
ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରି ଦେଇଥିଲେ। ଏହାକୁ ଚାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲେ ଜୟନାରାୟଣ। ସୁପ୍ରିମକୋର୍ଟ ମଧ୍ୟ ଜୟ ନାରାୟଣଙ୍କୁ ଆଗୁଆ ଜାମିନ ଦେବାକୁ ମନା କରିଦେଇଛନ୍ତି। ଏନେଇ ଜୟନାରାୟଣ ମିଶ୍ରଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ। ଏହି ସମୟରେ ଜୟନାରାୟଣ ତତ୍କାଳୀନ କାର୍ଯ୍ୟରତ ଧନୁପାଲୀ ଥାନା ଆଇଆଇସି ଅନିତା ପ୍ରଧାନଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଥିଲା ।