ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଏକତାଳି ଗ୍ରାମରେ ଅଘଟଣ ଘଟିଛି। ପୋଖରୀରେ ବୁଡ଼ି ଦୁଇଭାଇଙ୍କର ମୃତ ଘଟିଛି। ସେମାନେ ସମ୍ପର୍କରେ ଉଭୟ ଦାଦା ପୁଅ ଓ ବଡବାପା ପୁଅ ଭାଇ ହୋଇଥିବା ଜଣାପଡିଛି। ଆଜି ବଡ଼ ଓଷା ଥିବାରୁ ମନ୍ଦିର ଯିବା ପାଇଁ ୨ ସଂପର୍କୀୟ ଭାଇ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ଅସାବଧାନ କାରଣରୁ ଉଭୟଙ୍କ ଗୋଡ଼ ଖସି ଯାଇଥିଲା।
ଉଭୟ ପାଣିରେ ବୁଡ଼ି ଯାଇଥିଲେ। ତକ ଦ୍ବୟ ହେଲେ ଗଣେଶ୍ବର ବେହେରା ଓ ଶୁଭମ ବେହେରା। ବିଳମ୍ବିତ ସମୟ ପର୍ଯ୍ୟନ୍ତ ଭଭୟ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ, ହେଲେ ପାଇ ନଥିଲେ। ତେବେ ପୋଖରୀ ପାଖରେ ଉଭୟଙ୍କର ଚପଲ ପଡିଥିବା ଦେଖିବା ପରେ ଲୋକେ ପୋଖରୀ ଭିତରେ ପଶି ଖୋଜିବା ଆରମ୍ଭ କରିଥିଲେ।
ଦୀର୍ଘ ସମୟ ଧରି ଖୋଜାଖୋଜି କରିବା ପରେ ସ୍ଥାନୀୟ ଲୋକଙ୍କ ଦ୍ବାରା ଦୁଇଭାଇଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ପରେ ଉଭୟଙ୍କୁ ଗାଁ ପୋଖରୀରୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଉଭୟଙ୍କ ମୃତ୍ୟୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଛି।