ବନ୍ଦ ହୋଇଯିବ ଜନସନ୍ ଵେବି ପାଉଡର !

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ): ବନ୍ଦ ହୋଇଯିବ ଜନସନ୍ ଵେବି ପାଉଡର। ଆଉ ମିଳିବନି ଏହି ବେବି ପାଉଡର। ଫାର୍ମା କମ୍ପାନୀ ଜନସନ୍ ଆଣ୍ଡ ଜନସନ୍ ୨୦୨୩ ମସିହାରେ ସାରା ଦୁନିଆରେ ବେବି ପାଉଡର ବିକ୍ରିକୁ ବନ୍ଦ କରିବାକୁ ଯାଉଛି । ଏହାକୁ ନେଇ ବର୍ତ୍ତମାନ ଭାରତୀୟ ବଜାରରେ ଚର୍ଚ୍ଚ ଜୋର ଧରିଛି । ତେବେ ଏହି କମ୍ପାନୀର ଡ୍ରଗ ମେକର କହିଛନ୍ତି ଯେ ଆମେରୀକାରେ ହୋଇଥିବା ଗ୍ରାହକ ସୁରକ୍ଷା କେଶ୍ କାରଣରୁ ଏହି ପ୍ରଡକ୍ଟର ବିକ୍ରିକୁ ବନ୍ଦ କରାଯିବ । କମ୍ପାନୀ ଆହୁରି ମଧ୍ୟ କହିଛି ଯେ ବେବି ପାଉଡର ଦୁନିଆର ସବୁ ଦେଶରେ ବିକ୍ରି ସରିଛି , କିନ୍ତୁ ବର୍ତ୍ତମାନ ସାରା ଦୁନିଆରେ ଏହାର ପରିଚାଳନା ଗାଇଡଲାଇକୁ ଉଠାଇ ଦିଆଯାଇଛି।

୨୦୨୦ ରେ କମ୍ପାନୀ ଆମେରିକା ଓ କାନାଡାରେ ଏହି ବେବି ପାଉଡର ବିକ୍ରିକୁ ବନ୍ଦ କରିଥିଲା । କାରଣ ଏହି ପାଉଡରେ ଆଜବେଷ୍ଟର ଏକ ପ୍ରକାର କ୍ଷତିକାରକ ଫାଇବର ମିଳଇଥିଲା, ଯାହାକି କ୍ୟାନ୍ସରର ମୁଖ୍ୟ କାରଣ ବୋଲି କୁହାଯାଇଥିଲା । ତେବେ ଗର୍ଭାଶୟ କ୍ୟାନ୍ସର ପାଇଁ ୩୫ ହଜାର ମହିଳା ଏହି କମ୍ପାନୀ ବିରୋଧରେ ମାମଲା ଦାୟର କରିଥିଲେ । ଫଳରେ ଆମେରୀକାରେ ଜନସନ୍ ଆଣ୍ଡ ଜନସନ୍ କମ୍ପାନୀର ଚାହିଦା ହ୍ରାସ ପାଇଥିଲା । ଏହାପରେ କମ୍ପାନୀ ୨୦୨୦ ରେ ଆମେରୀକା ଓ କାନାଡାରେ ବେବି ପାଉଡର ବିକ୍ରିକୁ ବନ୍ଦ କରିଥିଲା । କିନ୍ତୁ ଏବେ ସବୁଠି ବନ୍ଦ ହେବାକୁ ଯାଉଛି।

Leave A Reply

Your email address will not be published.