କାଲିଠାରୁ ଆରମ୍ଭ ହେବ ଯୋରନ୍ଦା ଗାଦିରେ ମାଘ ମେଳା, ସାଂକୃତିକ କାର୍ଯ୍ଯକ୍ରମ ମନା

0

ଢେଙ୍କାନାଳ(ଓଡିଆ ନ୍ୟୁଜ୍):  ଢ଼େଙ୍କାନାଳ ଜିଲ୍ଲାର ଯୋରନ୍ଦା ମହିମା ଗାଦିରେ ବିଶ୍ବପ୍ରସିଦ୍ଧ ମେଳା ପାଇଁ ପ୍ରସ୍ତୁତି ଶେଷ ହୋଇଛନ୍ତି । କୋଭିଡ଼ କଟକଣା ଯୋଗୁ ଚଳିତ ବର୍ଷ ସାଧୁ ସନ୍ଥ ଓ ମହିମା ଧର୍ମାବଲମ୍ବୀ ମାନକୁ ନେଇ ମେଳା ଅନୁଷ୍ଠିତ ହେବ । ବିଶ୍ବ ଶାନ୍ତି ପାଇଁ ମହିମା ଗୋସେଇଁଙ୍କ ପିଠିରେ ଝାଡ ପଜ୍ଵଳନ କରାଯିବା ସହ ରିତିନୀତି ଅନୁସାରେ ମେଳା ଅନୁଷ୍ଠିତ ହେବ ।

ବିଶ୍ବ‌ ପ୍ରସିଦ୍ଧ  ଯୋରନ୍ଦା ଗାଦିରେ  ମାଘ ମେଳା ଚଳିତ ବର୍ଷ ଆସନ୍ତା  କାଲି ଠାରୁ  ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ଯନ୍ତ ଚାଲିବ । ଜିଲ୍ଲା ପ୍ରଶାସନ , ପୋଲିସ ପ୍ରଶାସନ, ବକଳ ଧାରୀ ମହିମା ସମାଜ, କୌପୁନୀ ଧାରୀ ମହିମା ସାଧୁ ସନ୍ଥ ମାନଙ୍କୁ ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି ।  ଚଳିତ ବର୍ଷ ମେଳାରେ କୌଣସି ସାଂକୃତିକ କାର୍ଯ୍ଯକ୍ରମ, ଯାତ୍ରା ପାଟି , ମିନା ବଜାର, ଦୋଳି, ପଦର୍ଶନୀ ଷ୍ଟଲ ପଡିବ ନାହିଁ। ମେଳା ପାଇଁ ମଠ ଗୁଡ଼ିକ ରଙ୍ଗ କାର୍ଯ୍ଯ ଶେଷ ପର୍ଯ୍ଯାୟରେ ପହଞ୍ଚିଛି ।

ମେଳା କେବଳ ସାଧୁ, ସନ୍ଥ, ଓ ମହିମା ଧର୍ମାବଲମ୍ବି ମାନଙ୍କୁ ନେଇ ମେଳା ଅନୁଷ୍ଠିତ ହେବ । ଆଲୋକ, ପାନୀୟ ଜଳ, ପରିମଳ ବ୍ଯବସ୍ଥା ସହ ଶାନ୍ତି ଶୃଙ୍ଖଳା ଦୃଷ୍ଟିରୁ ପୋଲିସ ମୃତୟନ ହେବେ । ପରମ୍ପରା ଅନୁଯାୟ ସମସ୍ତ ନିତିକାନ୍ତି କରାଯିବ । ଗତ ୨ ବର୍ଷ ଧରି କୋଭିଡ଼ ଯୋଗୁ ବାହାର ରାଜ୍ଯ ଓ ରାଜ୍ଯ ବାହାରୁ ଶ୍ରଦ୍ଧା ଭକ୍ତମାନେ ଆସୁ ନ ଥିଲା ଯୋଗୁ ବିଶ୍ବ ପ୍ରସିଦ୍ଧ ଯାତ୍ରା ମିଳିନ ପଡୁଛି । ବିନା ଭକ୍ତରେ ମେଳା ଅନୁଷ୍ଠିତ ହେଉଛି ।

Leave A Reply

Your email address will not be published.