ବିରୋଧୀ ଦଳର ଉପନେତା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ଘରକୁ ଗଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଜଣାଇଲେ ଶ୍ରଦ୍ଧାଞ୍ଜଳୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଭଦ୍ରକ ଜିଲ୍ଲା ତିହିଡି ସ୍ଥିତ ସ୍ୱର୍ଗତଃ ବିଷ୍ଣୁ ଚରଣ ସେଠୀଙ୍କ ବାସଭବନକୁ ଯାଇ ଦ୍ୱାଦଶାହ କର୍ମରେ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ସ୍ୱର୍ଗତଃ ସେଠୀଙ୍କ ୧୯ ସେପ୍ଟମ୍ବରରେ ଦେହାନ୍ତ ହୋଇଥିଲା । ସ୍ୱର୍ଗତଃ ସେଠୀ ବିରୋଧୀ ଦଳର ଉପନେତା ମଧ୍ୟ ଥିଲେ । ସ୍ୱର୍ଗତଃ ସେଠୀଙ୍କ ସମବେଦନା ସଭାରେ ପ୍ରାର୍ଥନା କରିବା ବେଳେ ନଡ୍ଡା କହିଛନ୍ତି, ଇଶ୍ୱର ତାଙ୍କ ଚରଣରେ ସ୍ୱର୍ଗତଃ ସେଠୀଙ୍କୁ ସ୍ଥାନ ଦିଅନ୍ତୁ ଓ ତାଙ୍କ ପରିବାରକୁ ଦୁଃଖ ସମୟରେ ଧର୍ଯ୍ୟ ଧରିବାକୁ ଶକ୍ତି ଦିଅନ୍ତୁ । ତାଙ୍କ ମୃତ୍ୟୁ ନେଇ ଆମେ ସମସ୍ତେ ଦୁଃଖିତ । ଓଡ଼ିଶାର ପ୍ରଗତି ଓ ସମାଜପ୍ରତି ଉତ୍ସର୍ଗୀକୃତ କାର୍ଯ୍ୟ କରିବା ଦ୍ୱାରା ତାଙ୍କ ଅମର ଆତ୍ମା ପ୍ରତି ଅସଲି ଶ୍ରଦ୍ଧାଞ୍ଜଳି ହେବ ।

 ଆମ ପାଖରେ ସ୍ୱର୍ଗତଃ ସେଠୀ ନାହାନ୍ତି ଯାହା ବିଜେପି ପରିବାର ପ୍ରତି ଅତ୍ୟନ୍ତ ଦୁଃଖ ଦାୟକ । ସ୍ୱର୍ଗତଃ ସେଠୀ ଓଡ଼ିଶାର ପ୍ରଗତି, ସ୍ଥାନୀୟ ବାସିନ୍ଦାଙ୍କ କଲ୍ୟାଣ, ସମାଜର ବିକାଶ ଓ ଭାରତୀୟ ଜନତା ପାର୍ଟିର ବୁଥସ୍ତରକୁ ମଜଭୁତ୍ କରିବାର କର୍ତବ୍ୟନିଷ୍ଠା ସହ କାର୍ଯ୍ୟ କରିଛନ୍ତି । ଓଡ଼ିଶାର ପୁନଃନିର୍ମାଣରେ ସ୍ୱର୍ଗତଃ ସେଠୀଙ୍କ ଅବଦାନ ଅତୁଳନୀୟ । ସ୍ୱର୍ଗତଃ ସେଠୀ ଦେଖିଥିବା ସ୍ୱପ୍ନ ଅଧୁରା ରହିଛି ଯାହା ଆମେ ସମସ୍ତେ ମିଶି ସାକାର କରିବାର ଶପଥ ନେବା ବୋଲି ନଡ୍ଡା କହିଛନ୍ତି । ନଡ୍ଡା ଶେଷଥର ଦେଖାକରିଥିବା କଥା ମନେ ପକାଇ କହିଛନ୍ତି, ସ୍ୱର୍ଗତଃ ସେଠୀ ଗତ କିଛିଦିନ ପୂର୍ବରୁ ଦିଲ୍ଲୀ ଆସିଥିଲେ ଓ ମୁଁ ତାଙ୍କ ସହ ଭେଟିଥିଲି । ଓଡ଼ିଶାର ସମସ୍ତ ବିଜେପି ବିଧାୟକ ମଧ୍ୟ ଯୋଗ ଦେଇଥିଲେ । ଓଡ଼ିଶାର ଅଗ୍ରଗତି ସମ୍ପର୍କରେ ତାଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା କିନ୍ତୁ ମୁଁ ଜାଣିନଥିଲି ଯେ, ଏହି ଦେଖାଟି ମୋର ତାଙ୍କ ସହ ଶେଷ ଦେଖାହେବ । ବିଷ୍ଣୁଙ୍କ ଅସୁସ୍ଥତା ଜାଣିଥିଲି ଓ ତାଙ୍କ ସ୍ୱାସ୍ଥ୍ୟର ଉନ୍ନତି ମଧ୍ୟ ଘଟିବା କଥା ଜାଣିଥିଲି । ହଠାତ୍ ତାଙ୍କର ଦେହାନ୍ତ ହେବା ସମାଜ, ଭାରତୀୟ ଜନତା ପାର୍ଟି ଓ ଓଡ଼ିଶା ରାଜ୍ୟ ପାଇଁ ଏକ ଅପୂରଣୀୟ କ୍ଷତି ।

ସ୍ୱର୍ଗତଃ ସେଠୀଙ୍କ ଅପୂରଣୀୟ କ୍ଷତିକୁ ପୂରଣ କରିବା ଅତ୍ୟନ୍ତ କଷ୍ଟଦାୟକ ବୋଲି ନଡ୍ଡା କହିଛନ୍ତି । ନଡ୍ଡା କହିଛନ୍ତି ଯେ, ବିଷ୍ଣୁ ବାବୁ ବହୁମୁଖୀ ପ୍ରତିଭାର ଅଧିକାରୀ ଥିଲେ । ସ୍ୱର୍ଗତ ସେଠୀ ନିଜ ଜୀବନକୁ ଜାତୀୟତାବାଦ ଓ ସମାଜ ଉତ୍ସର୍ଗ କରିଥିଲେ । ସ୍ୱର୍ଗତଃ ସେଠୀ ଗରିବ ଓ ଖଟିଖିଆ ଲୋକଙ୍କର ନେତା ଥିଲେ ଯିଏ ଗରିବଙ୍କ ସମସ୍ୟାର ସମସ୍ୟାକୁ ନେଇ କାମ କରୁଥିଲେ ଓ ସମ୍ବେଦନଶୀଳ ବ୍ୟକ୍ତିତ୍ୱ ଥିଲେ ଯିଏ ସମାଜର ସମସ୍ତଙ୍କୁ ସମଦୃଷ୍ଟିରେ ଦେଖୁଥିଲେ । ସ୍ୱର୍ଗତ ସେଠୀ ସମାଜରୁ ପାଇବାର କୌଣସି ଆକାଂକ୍ଷା ନଥିଲା ଓ ସମାଜକୁ ଦେବା ଉଦ୍ଦେଶ୍ୟରେ ନିଜ ଜୀବନକୁ ବଳିଦାନ ଦେଇଥିଲେ । ସେ ନିଜେ ଦୁଃଖରେ ରହି ମଧ୍ୟ ସମାଜର ସେବା କରିଥିଲେ । ସ୍ୱର୍ଗତଃ ସେଠୀଙ୍କ କବିତାରେ ଏହା ସ୍ପଷ୍ଟ ବାରିହୋଇପଡୁଥିଲା । ସେ ସମାଜରେ ସେବା ‘ତପ’ କରି ସାଧାରଣ ଲୋକଙ୍କ ଭଳି ଜୀବନ ଅତିବାହିତ କରୁଥିଲେ ।

ନଡ୍ଡା କହିଛନ୍ତି ଯେ, ସ୍ୱର୍ଗତଃ ସେଠୀଙ୍କ ପ୍ରଦର୍ଶିତ ପଥରେ ଆମକୁ ଆଗକୁ ବଢ଼ିବା ଆବଶ୍ୟକ । ସମାଜ ପ୍ରତି ସମ୍ବେଦନଶୀଳ ହୋଇ ସମାଜପ୍ରତି କାମ କରିବା ଉଚିତ । ଆମେ ତାଙ୍କଠାରୁ ପ୍ରେରଣା ନେବା ଉଚିତ ଯେ, ଜଣେ ବ୍ୟକ୍ତି କିପରି ଉତ୍ସର୍ଗୀକୃତଭାବେ ସମାଜର ସେବା କରିପାରେ ।
ନଡ୍ଡା କହିଛନ୍ତି ଯେ, ଆଜି ମୁଁ ତାଙ୍କ ପରିବାର ସମସ୍ୟଙ୍କୁ ଭେଟି କଥାବାର୍ତା କଲି । ମୁଁ ଭଗବାନଙ୍କୁ ପ୍ରାର୍ଥନା କରୁଛି ସ୍ୱର୍ଗତଃ ସେଠୀଙ୍କ ଆତ୍ମାକୁ ଶାନ୍ତିରେ ରଖନ୍ତୁ ଏବଂ ତାଙ୍କ ପରିବାର ସଦସ୍ୟ ଏହି ଦୁଃଖ ସହିବାର ସସୀମ ଧର୍ଯ୍ୟ ପ୍ରଦାନ କରନ୍ତୁ । ଓଡ଼ିଶା ବିଜେପିର ବରିଷ୍ଠ ନେତାଙ୍କ ସହ ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ ।

Leave A Reply

Your email address will not be published.