୨ରେ ଭବାନୀପାଟଣାରେ ନୂଆଁଖାଇ ଛୁଟି

0

ଓଡ଼ିଆ ନ୍ୟୁଜ୍: ଭବାନୀପାଟଣା ଉପଖଣ୍ଡରେ ସେପ୍ଟେମ୍ବର ୨ରେ ନୂଆଁଖାଇ ଛୁଟି ଘୋଷଣା। ଉପଖଣ୍ଡର ବିଭିନ୍ନ ଗଡ଼ଜାତ ଅଞ୍ଚଳରେ ଦଶମୀରେ ଛୁଟି ଘୋଷଣା। ଦକ୍ଷିଣାଞ୍ଚଳ RDCଙ୍କ ଛୁଟି ଘୋଷଣା ନେଇ ସୂଚନା ଜାରି। ତେବେ ଏହି ଦିନକୁ ଛୁଟି ଘୋଷଣା କରିବା ପାଇଁ କଳାହାଣ୍ଡି ଜିଲାପାଳ ଗତ ୨୬ ତାରିଖ ଏକ ପତ୍ର ମାଧ୍ୟମରେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର (ଆର ଡି ସି)ଙ୍କୁ ଜଣାଇଥିଲେ।

ଯାହାଫଳରେ ଆରଡିସି ଶନିବାର ସେପ୍ଟେମ୍ବର ୨ ତାରିଖ ମଙ୍ଗଳବାର ଭବାନୀପାଟଣା ଉପଖଣ୍ଡକୁ ନୂଆଁଖାଇ ଛୁଟି ଭାବେ ଘୋଷଣା କରିଛନ୍ତି। ଯାହାକୁ ନେଇଁ ଗଡ଼ ଜାତ ଅଞ୍ଚଳବାସୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି।ପ୍ରକାଶ ଯେ,କଳାହାଣ୍ଡି ଜିଲାରେ ପଞ୍ଚମୀ ଓ ପରେ ଦଶମୀ ତିଥିରେ ଲୋକେ ନୂଆଁ ଖାଇଥାନ୍ତି। ଦଶମୀ ତିଥିରେ ଭବାନୀପାଟଣା ସମେତ ଜୟପାଟଣା, ଲାଞ୍ଜିଗଡ଼,ଏମ ରାମପୁର,ମହୁଲ ପାଟଣା,ଥୁଆମୁଲ ରାମପୁର,କର୍ଲାପାଟ ଆଦି ଗଡ଼ ଜାତ ଅଞ୍ଚଳର ଲୋକେ ନୂଆଁଖାଇବେ।

Leave A Reply

Your email address will not be published.