ଆଜି କଳିଙ୍ଗା ଘାଟିରେ ଗଡ଼ିଲା ଗାଡ଼ି

0

ଓଡ଼ିଆ ନ୍ୟୁଜ୍: ୪୬ ଦିନ ପରେ ବାଲିଗୁଡ଼ାର କଳିଙ୍ଗା ଘାଟିରେ ଗଡ଼ିଲା ଗାଡ଼ି।ବାଇକ୍ ଓ ହାଲୁକା ଯାନ ଚଳାଚଳ ଆରମ୍ଭ।ସେପ୍ଟେମ୍ୱର ୧୬ ଭୂସ୍ଖଳନ ପରେ ବନ୍ଦ ଥିଲା କଳିଙ୍ଗା ଘାଟି। କଳିଙ୍ଗା ଘାଟିରେ ଦୁଇ ଦୁଇ ଥର ଭୂସ୍ଖଳନ ସହ ଗୋଟିଏ ପରେ ଗୋଟିଏ ଲଘୁଚାପ, ବର୍ଷା ଏବଂ ବାତ୍ୟା ଯୋଗୁଁ କାର୍ଯ୍ୟ ବିଳମ୍ବ ହେଉଥିବା ବେଳେ କଳିଙ୍ଗା ଘାଟି ଭୁସ୍ଖଳନ ସ୍ଥାନ ରାସ୍ତା ନିର୍ମାଣ ସରିଛି।

ପ୍ରଥମେ ସିସି ରାସ୍ତାର ଉପରେ ହ୍ୟୁମ ପାଇପ ତା ଉପରେ ପୁଣି ସିସି ରାସ୍ତା ନିର୍ମାଣ ପରେ ପାହାଡ଼ ଉପରେ ବିପଦ ସଂକୁଳ ଅବସ୍ଥାରେ ଝୁଲି ରହିଥିବା ବଡ଼ବଡ଼ ପଥରକୁ ବ୍ଳାଷ୍ଟିଂ କରି ବାହାର କରାଯାଇ ଆଜି ରାସ୍ତାରୁ ସବୁ ପଥର, ମାଟି ଏବଂ ବାଲି ବାହାର କରାଯାଇଛି ବାକି ଅଛି ଦୁଇ ପାର୍ଶ୍ଵର ଗାର୍ଡ ୱାଲ। ତଥାପି ଆଜି ଧର୍ଯ୍ୟହରା ହୋଇ ଗାଡ଼ି ଚାଳକମାନେ ସେଇ ରାସ୍ତାରେ ଯାନବାହନ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି।ପ୍ରଶାସନ ପକ୍ଷରୁ ଏହି ରାସ୍ତାରେ ଯାତାୟତ ନିମନ୍ତେ କୌଣସି ନିର୍ଦେଶ ଆସିନି।

Leave A Reply

Your email address will not be published.