ବାଣ ଫୁଟି ୪ ଶିଶୁ ଆହତ, ମେଡିକାଲରେ ଭର୍ତ୍ତି

0

ଓଡ଼ିଆ ନ୍ୟୁଜ୍: ଜନ୍ତାରିବୋଲ ଗାଁରେ ବାଣ ଫୁଟି ୪ ଶିଶୁ ଆହତ । ମେଡିକାଲରେ ଭର୍ତ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା କାନପୁରା ପଞ୍ଚାୟତ ଜନ୍ତାରିବୋଲ ଗାଁରେ ବାଣ ଫୁଟି ୪ ଜଣ ଶିଶୁ ଗୁରୁତର ହୋଇଛନ୍ତି। ଆହାତ ଶିଶୁମାନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି। ସୂଚନା ମୁତାବକ ଘର ନିକଟରେ ଶିଶୁମାନେ ଖେଳୁଥିବା ବେଳେ ରାସ୍ତାକଡରେ ପଡ଼ିଥିବା ଏକ ଅଫୁଟା ବାଣକୁ ପାଇ ଶିଶୁମାନେ ନିଆଁ ଜାଳି ଫୁଟାଇବାକୁ ଚେଷ୍ଟା କରୁଥିବା ବେଳେ ବାଣଟି ହଠାତ ଫୁଟି ଯାଇଥିଲା। ବାଣ ଶବ୍ଦ ଶୁଣି ଘରଲୋକ ବାହାରି ଆସିଥିଲେ। ଦେଖିଲାବେଳକୁ ରକ୍ତ ଯୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ତୁରନ୍ତ ଶିଶୁମାନଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ।ଚିକିତ୍ସା ପରେ ସମସ୍ତ ଶିଶୁଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଅଛି।

Leave A Reply

Your email address will not be published.