ଓଡ଼ିଆ ନ୍ୟୁଜ୍: ବାବାଙ୍କ ନାଁରେ ସଙ୍ଗୀନ ଅଭିଯୋଗ ଆଣିଲେ ଅନ୍ତେବାସୀ। ଅନ୍ତେବାସୀଙ୍କୁ ଜୋର ଜବରଦସ୍ତ ଦୁଷ୍କର୍ମ ଓ ଅସଦାଚରଣ କରିଥିବା ଅଭିଯୋଗ। ଆଶ୍ରମ ଦ୍ୱାରା ପରିଚାଳିତ ଭୋଜନାଳୟରେ ସହାୟିକା କାମ କରୁଥିଲେ ମହିଳା। କାମାକ୍ଷାନଗର ଥାନାରେ ଅଭିଯୋଗ ପରେ ପୋଲିସ୍ ତଦନ୍ତ ଆରମ୍ଭ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା କମାକ୍ଷାନଗରରେ। ପୀଡିତାର ଅଭିଯୋଗ ପରେ କାମାକ୍ଷାନଗର ଥାନା ପୁଲିସ ଏବେ ଛାନଭିନ୍ ଆରମ୍ଭ କରିଛି। ଏହା ସହ ପୀଡିତା ମହିଳାଙ୍କୁ ଉଦ୍ଧାର କରାଯାଇଛି ।
କମାକ୍ଷାନଗର ଥାନା ଅନ୍ତର୍ଗତ ମଠକରଗୋଳା ଗ୍ରାମ ନିକଟରେ ଥିବା ଗୋବିନ୍ଦ ଭୋଜନାଳୟର ମାଲିକ ତଥା ବାବା ମଧୁ ମଙ୍ଗଳ ଦାସଙ୍କ ନାମରେ ହୋଇଛି ଏପରି ସଙ୍ଗୀନ ଅଭିଯୋଗ। ତେବେ ଅଭିଯୁକ୍ତ ବାବା ମଧୁମଙ୍ଗଳ ଦାସ ଫେରାର ହୋଇଯାଇଥିବା ବେଳେ ତାର ଘର ମଠକରଗୋଳା ବେଳେଇ ସାହି ରେ ବୋଲି ଜଣାପଡିଛି। ବାବା ମୁଖା ପିନ୍ଧା ଏହି ମଧୁ ମଙ୍ଗଳ ପୂର୍ବରୁ ବୃନ୍ଦାବନ ଯାଇ ଫେରିବା ପରେ ଗାଁ ରେ ଏକ ମଠ କରି ରହୁଥିବା ଜଣାପଡିଛି।