ଓଡ଼ିଆ ନ୍ୟୁଜ(ବ୍ୟୁରୋ): ବଲିଉଡ ଅଭିନେତ୍ରୀ କଙ୍ଗନା ପଶୁଠାରୁ ବି ହୀନ। ଏକଥା ଆମେ କହୁନି, ଏହା ମହମ୍ମଦ ଜିଶାନ ଆୟୁବ ତାଙ୍କ ଅଭିନୟ ସହିତ ଲୋକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ବଡ଼ ବଡ଼ ତାରକାଙ୍କ ସହିତ ସ୍କ୍ରିନ୍ ସ୍ପେସ୍ ସେୟାର କରିଥିବା ବେଳେ କଙ୍ଗନା ରାନାୱତ ମଧ୍ୟ ସେମାନଙ୍କ ମଧ୍ୟରୁ ଅନ୍ୟତମ। ଜିଶାନ୍ ଅଭିନେତ୍ରୀଙ୍କ ସହ ‘ତନୁ ୱେଡ୍ ମନୁ ରିଟର୍ନସ୍’ ଏବଂ ‘ମଣିକର୍ଣ୍ଣିକା’ ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି। ଦୁଇଟି ଫିଲ୍ମରେ କଙ୍ଗନାଙ୍କ ସହ କାମ କରିବା ପରେ ବି ଜିଶାନ୍ ତାଙ୍କ ସହ ଏବେ କଥା ହେଉ ନଥିବା କହିଛନ୍ତି। ଏହାର କାରଣ ପଚରାଯିବାରୁ ସେ କହିଛନ୍ତି ଯେ, କଙ୍ଗନା ଜଣେ ଭଲ ଅଭିନେତ୍ରୀ। ହେଲେ ତାଙ୍କ ସହ ମୋର ରାଜନୈତିକ ମତଭେଦ ହେବାରୁ ମୁଁ ‘ମଣିକର୍ଣ୍ଣିକା’ ପରଠାରୁ ତାଙ୍କ ସହିତ କଥା ହେଉନାହିଁ। କିଛି ପ୍ରସଙ୍ଗକୁ ନେଇ ଆମ ଦୁହିଁଙ୍କ ଚିନ୍ତାଧାରା ଅଲଗା ରହିଛି। ସେଥିପାଇଁ ମୁଁ ତାଙ୍କ ସହ କଥା ହେବାକୁ ଚାହୁନାହିଁ।
ଆପଣ ଜଣଙ୍କ ରାଜନୈତିକ ଚିନ୍ତାଧାରାରେ ସହମତ ନଥିଲେ ତାଙ୍କ ସହ ବନ୍ଧୁତା କରିବେ କି ? ଏହାର ଉତ୍ତରରେ ସେ କହିଥିଲେ ଯେ, ମୁଁ ଲୋକମାନଙ୍କଠାରୁ ସର୍ବନିମ୍ନ ଆଶା କରେ ଯେ ସେମାନେ ଅନ୍ୟମାନଙ୍କ ମୃତ୍ୟୁକୁ ଯଥାର୍ଥ ବୋଲି କହନ୍ତୁ ନାହିଁ। ସେମାନେ ଏପରି କହନ୍ତୁ ନାହିଁ ଯେ ଭିଡ଼ହିଂସାରେ ହତ୍ୟା ପୂର୍ବରୁ ମଧ୍ୟ ହେଉଥଲା…ଲୋକେ ପୂର୍ବରୁ ବି ମରୁଥିଲେ। ଯଦି ଆପଣ ଏଭଳି କହୁଛନ୍ତି ତେବେ ମୁଁ ଆପଣ ସହ ବସି କଥା ହୋଇପାରିବି ନାହିଁ। ମୁଁ ମଣିଷମାନଙ୍କ ସାମ୍ନାରେ ବସି କଥା ହୋଇପାରେ। ମୁଁ ଏପରି ଲୋକଙ୍କୁ ପଶୁ ବୋଲି ମଧ୍ୟ କହିବାକୁ ଚାହେଁ ନାହିଁ।