ଅନଲାଇନ ବେଟିଂ, ଇଡି ପଞ୍ଝାରେ କଂଗ୍ରେସ ବିଧାୟକ

0

ଓଡ଼ିଆ ନ୍ୟୁଜ୍: ଇଡି ପଞ୍ଝାରେ କର୍ଣ୍ଣାଟକର କଂଗ୍ରେସ ବିଧାୟକ।ଅନଲାଇନ ଗେମିଂ ଉପରେ ଆଇନ ହେବା ମାତ୍ରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଅନଲାଇନ ବେଟିଂ ଏବଂ ଗେମିଂ ରାକେଟ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଇଡି କର୍ନାଟକର ଚିତ୍ରଦୁର୍ଗ ବିଧାୟକ କେସି ବୀରେନ୍ଦ୍ରଙ୍କୁ ଗ୍ୟାଙ୍ଗଟକରୁ ଗିରଫ କରିଛି। ସୂତ୍ର ଅନୁଯାୟୀ, କେନ୍ଦ୍ରୀୟ ସଂସ୍ଥା ବେଙ୍ଗାଲୁରୁ, ଚିତ୍ରଦୁର୍ଗ, ମୁମ୍ବାଇ, ଗୋଆ ଏବଂ ଗ୍ୟାଙ୍ଗଟକ ସମେତ ୩୧ଟି ସ୍ଥାନରେ ଚଢାଉ କରିଛି। ଗୋଆର ପାଞ୍ଚଟି ବଡ଼ କାସିନୋରେ ମଧ୍ୟ ଚଢାଉ କରାଯାଇଛି।

ଚଢାଉରେ ୧୨ କୋଟି ଟଙ୍କା ନଗଦ (୧ କୋଟି ବିଦେଶୀ ମୁଦ୍ରା ସମେତ), ୬ କୋଟି ସୁନା, ୧୦ କିଲୋ ରୂପା ଏବଂ ୪ଟି ଲଗଜରୀ କାର ମିଳିଛି। ଏହା ସହିତ ୧୭ଟି ବ୍ୟାଙ୍କ ଆକାଉଣ୍ଟ ଏବଂ ୨ଟି ଲକର ଫ୍ରିଜ କରାଯାଇଛି। ତଦନ୍ତରୁ ଜଣାପଡିଛି ଯେ, ବିଧାୟକ ଏବଂ ତାଙ୍କ ଭାଇ ଅନଲାଇନ ବେଟିଂ ସାଇଟ King567 ଏବଂ Raja567 ଚଳାଉଥିଲେ।

Leave A Reply

Your email address will not be published.