କେନ୍ଦୁଝର ବିଜେଡିକୁ ଶକ୍ତ ଝଟ୍‌କା

0

ଓଡ଼ିଆ ନ୍ୟୁଜ୍: କେନ୍ଦୁଝର ବିଜେଡିକୁ ଶକ୍ତ ଝଟ୍‌କା; ଇସ୍ତଫା ଦେଲେ ୯ କାଉନ୍‌ସିଲର୍‌। ବ୍ୟକ୍ତିଗତ କାରଣ ଦର୍ଶାଇ ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା।ପୌର ଉପାଧ୍ୟକ୍ଷ ବରଦା ପ୍ରସନ୍ନ ଦାସଙ୍କ ସମେତ ୯ ଇସ୍ତଫା ଦେଲେ। ୨ ସାଧାରଣ ସମ୍ପାଦକ ମଧ୍ୟ ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା।ସେମାନେ ନିଜର ଇସ୍ତଫା ପତ୍ର ଦଳର ସଭାପତିଙ୍କ ନିକଟକୁ ପଠାଇଛନ୍ତି । ସମୁଦାୟ ୨୧ଟି ୱାର୍ଡ ବିଶିଷ୍ଟ ଏହି ପୌରପାଳିକାରେ ସମୁଦାୟ ୧୩ଜଣ ବିଜେଡି କାଉନସିଲର ଥିଲେ ।

ସେହିଭଳି କେନ୍ଦୁଝର ଜିଲ୍ଲାର ତିନି ଜଣ ବିଜେଡିର ସଧାରଣ ସମ୍ପାଦକ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ବିଜେଡି ସଭାପତିଙ୍କ ନିକଟକୁ ସେମାନେ ତାଙ୍କର ଇସ୍ତଫା ପତ୍ର ପଠାଇଛନ୍ତି । ତିନି ସାଧାରଣ ସମ୍ପାଦକ ହେଲେ ଶୁଭେନ୍ଦୁ ପଟ୍ଟନାଏକ, ଶରତ କୁମାର ସାହୁ ଏବଂ ବରଦା ପ୍ରସନ୍ନ ଦାସ ।

Leave A Reply

Your email address will not be published.