ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କେରଳ ଛୁଇଁଛି । ନିର୍ଦ୍ଧାରିତ ସମୟର ୩ ପୂର୍ବରୁ ମୌସୁମୀ ବାୟୁ କେରଳ ଛୁଇଁଥିବା ନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
ପୂର୍ବରୁ ଆଇଏମଡିର ସୂଚନା ଅନୁଯାୟୀ ଜୁନ୍ ୧ରେ ମୌସୁମୀ ବାୟୁ କେରଳ ଛୁଇଁବାରଥିଲା । ହେଲେ ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳ ଛୁଇଁଥିବା ସୂଚନା ଦିଆଯାଇଛି । ମୌସୁମୀ କେରଳ ଛୁଇଁବା ପରେ ପାଗରେ ଅନେକ ପରିବର୍ତ୍ତନ ଦେଖିବାକୁ ମିଳୁଛି ।