ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦୁଝର ଜିଲ୍ଲା ଘଷିପୁରା ବ୍ଲକ କେଶଦୁରାପାଳ ଗ୍ରାମର ଦଧିବାମନ ଜୀଉ ଙ୍କ ପବିତ୍ର ରଥଯାତ୍ରା ଦୁଇ ଦିନ ଧରି ବହୁ ଲୋକ ଙ୍କ ଜନ ସମାଗମରେ ଅନୁଷ୍ଠିତ ହୋଇଛି । ପ୍ରଥମ ଦିନ ଏକ ସମୟରେ ତିନୋଟି ପର୍ଵ ପଡୁ ଥିବାରୁ ଭୋର ୬ ଟା ସମୟରେ ମନ୍ଦିର ଦ୍ଵାର ଫିଟାଯାଇ ସୂର୍ଯ୍ୟ ପୂଜା ଦ୍ୱାରପାଳ ପୂଜା ତଡ଼ପ ଲାଗି ଅବକାଶ ଓ ମଇଲମ କରାଯାଇ ପୂଜା କରାଯାଇ ଥିଲା | ୩ ଘଟିକା ସମୟରେ ମନ୍ଦିର ଓ ରଥରେ ନେତ ବନ୍ଧାଯାଇ ନେତ୍ରୋ ଉତ୍ସବ ପର୍ବ ସମାପନ ପରେ ଶ୍ରୀ ଚତୁର୍ଦ୍ଧା ମୂର୍ତ୍ତି ଙ୍କୁ ସୁ ସଜିତ କରାଯାଇ ନବଯୌବନ ଦର୍ଶନ ନିମନ୍ତେ ସର୍ବ ସାଧାରଣ ଙ୍କ ଉଦେଶ୍ୟ ରେ ସାହାଣ ମେଲା କରାଯାଇଥିଲା |ପରେ ୫ ଟା ସମୟରେ ସେବକ ସୁଦର୍ଶନ ମହାରଣା ଙ୍କ ଦ୍ଵାରା ପ୍ରଦତ୍ତ ଟାଇହା ଲାଗି କରାଯିବା ପରେ କେଶଦୁରାପାଳ ଗୋପି ନାଥପୁର ଶାସନ ର ବ୍ରାହ୍ମଣ ମାନଙ୍କ ଦ୍ୱାରା ପହଣ୍ଡି କରାଯାଇ ରଥାରୂଢ କରାଯାଇ ଥିଲା ।
ପୂଜକ ଜଗନ୍ନାଥ ପଣ୍ଡା ,ନିରଞ୍ଜନ ପଣ୍ଡା ଏବଂ ପୁରହିତ ଦାଶରଥି ଆଚାର୍ଯ୍ୟ ଙ୍କ ଦ୍ଵାରା ରଥ ମାଜଣା କରାଯାଇ ରଥରେ ଘୋଡ଼ ,ଅଶ୍ୱ ,ସାରଥୀ ଙ୍କୁ ଆରୁଢ଼ କରାଯାଇଥିଲା | ଏଥିରେ ହରି ପ୍ରସାଦ ମିଶ୍ର ଛେରା ପହଁରା କରିଥିଲେ | ୬ ଟା ସମୟରେ ରଥ ଟଣା ଆରମ୍ଭ କରାଯାଇ ବଡଦାଣ୍ଡ ମଧ୍ୟ ଭାଗରେ ରଥ ଅଟକି ଥିଲା | ଦୂତୀୟ ଦିନ ସନ୍ଧ୍ୟା ସମୟରେ ରଥ ଟଣା ଆରମ୍ଭ ହୋଇଥିଲା ଗଳଗଣ୍ଡ ଠାରେ ଛେନା ପୋଡ଼ ପିଠା ଭୋଗ ଲଗାଯାଇ ରଥଟଣା ଯାଇ ମାଉସୀ ମା ମନ୍ଦିର ନିକଟରେ ରଥ ପହଞ୍ଚି ଥିଲା ଓ କେଶଦୁରାପାଳ ଜନମଙ୍ଗଳ ଉଚ୍ଚ ବିଦ୍ୟାଳୟ ର ୨୦୦୪ ପୁରାତନ ଛାତ୍ରଛାତ୍ରୀ ଙ୍କ ଦ୍ୱାରା ଭଜନ ସମାରୋହ ଆୟୋଜନ କରାଯାଇଥିଲା |
ସୁ ପ୍ରସିଦ୍ଧ କଣ୍ଠଶିଳ୍ପୀ ଅଞ୍ଜଳି ମିଶ୍ର ଓ ତାଙ୍କର ସାଥୀ ଭାବ ଭକ୍ତି ର ଭଜନ ପରିବେଷଣ କରି ସମସ୍ତ ଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ | ରଥଯାତ୍ରା ଉପଲକ୍ଷେ ଡ୍ରାଇଭର ମହାସଂଘ ତରଫରୁ ଟଙ୍କ ତୋରାଣି ବଣ୍ଟନ କରାଯାଇଥିବା ବେଳେ ଜନମଙ୍ଗଳ ଉଚ୍ଚ ବିଦ୍ୟାଳୟ ର ୨୦୧୨ ଛାତ୍ରଛାତ୍ରୀ ଙ୍କ ଦ୍ଵାରା ବିଶୁଦ୍ଧ ଥଣ୍ଡା ପାନୀୟ ଜଳ ଶ୍ରଧାଳୁ ମାନଙ୍କୁ ବଣ୍ଟନ କରାଯାଇଥିଲା ଏହି ରଥଯାତ୍ରା ରେ ଦଶ ହଜାର ରୁ ଉର୍ଦ୍ଧ୍ବ ଲୋକଙ୍କ ସମାଗମ ହୋଇଥିଲା | ଘଷିପୁରା ଥାନା ପକ୍ଷରୁ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ମୁତୟନ କରାଯାଇଥିଲା ।