ବାଣ ବିସ୍ଫୋରଣ, ଯୁବକ ମୃତ

0

ଓଡ଼ିଆ ନ୍ୟୁଜ୍: କଇଠଡ଼ା ଗାଁରେ ବାଣ ଭିଡ଼ିବା ବେଳେ ବିସ୍ଫୋରଣ। ମେଡିକାଲ୍‌ ନେବା ବେଳେ ଗୁରୁତର ଯୁବକଙ୍କ ମୃତ୍ୟୁ। ବିଳମ୍ବିତ ରାତିରେ ବାଣ ଭିଡୁ ଥିବା ସମୟରେ ବିସ୍ଫୋରଣ।ବେଆଇନ ଭାବେ ଦୀପାବଳି ପାଇଁ ଭିଡୁଥିଲେ ବାଣ।

ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବିସ୍ପୋରଣରେ ଜଣେ ଯୁବକଙ୍କର ଗୋଟିଏ ଗୋଡ଼ ଓ ଗୋଟିଏ ହାତ ଉଡ଼ିଯାଇଥିଲା। ତାଙ୍କୁ ଉଦ୍ଧାର କରାଯାଇ ଖଲ୍ଲିକୋଟ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ମୃତ ଘୋଷଣା କଲେ ଡାକ୍ତର।ମୃତ ଯୁବକ ଜଣକ ହେଲେ ତେନ୍ତୁଳିଆପଲ୍ଲୀ ପଞ୍ଚ‌ାୟତ ଅନ୍ତର୍ଗତ କୈଠଡ଼ା ଗ୍ରାମର ପିଣ୍ଟୁ ପଲେଇ। ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

Leave A Reply

Your email address will not be published.