KKଙ୍କୁ ମନେପକାଇ ସୋସିଆଲ୍ ମିଡିଆରେ ଭାବ ବିହ୍ୱଳ ହେଲେ ଝିଅ କୁନ୍ନଥ ତମରା

0

ମୁମ୍ବାଇ(ଓଡ଼ିଆ ନ୍ୟୁଜ୍‌): ୩୧ ମେ’ କୋଲକାତାରେ ଇଭେଣ୍ଟ ସାରିବା ପରେ ଦୁନିଆରୁ ବିଦାୟ ନେଇଛନ୍ତି ବଲିଉଡର ପପୁଲାର କଣ୍ଠଶିଳ୍ପୀ କେ.କେ। ଗୁରୁବାର ଦିନ ମୁମ୍ବାଇରେ କେ.କେ.ଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଏହାରି ମଧ୍ୟରେ ବର୍ତ୍ତମାନ ତାଙ୍କ ଝିଅ ଗାୟକ କୁନ୍ନଥ ତମରା ନିଜ ବାପାଙ୍କ ବିଷୟରେ ଏକ ଭାବପ୍ରବଣ ପୋଷ୍ଟ ସେୟାର କରିଛନ୍ତି। ଯାହା ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି।

ନିକଟରେ ସେ ସୋସିଆଲ୍ ମିଡିଆରେ ତାଙ୍କ ବାପାଙ୍କୁ ନେଇ ଏକ ପୋଷ୍ଟ ସେୟାର କରିଛନ୍ତି । ତାଙ୍କ ପୋଷ୍ଟ ଦେଖିଲେ ଲାଗୁଛି ସେ କେ.କେଙ୍କୁ ବହୁତ ମନେ ପକାଉଛନ୍ତି। ଲେଖିଛନ୍ତି, ‘ତୁମକୁ ସବୁବେଳେ ଭଲ ପାଇବୁ, ପାପା ତୁମେ ବହୁତ ମନେ ପଡିବ। ଆମେ ତମ ବିନା ପୁରା ଅଧୁରା ଲଭ ୟୁ ପାପା।

Leave A Reply

Your email address will not be published.