ଓଡ଼ିଶାରେ ଶକ୍ତି ଯୁଟାଉଛି ’ଆପ୍’ ଭୁବନେଶ୍ୱର ରେ ଆୟୋଜନ ହେଲା ଖୋର୍ଦ୍ଧା ଜିଲ୍ଲା କାର୍ଯ୍ୟକର୍ତ୍ତା ସମ୍ମିଳନୀ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ଵରସ୍ଥିତ ଉତ୍କଳ ଦୃଷ୍ଟିହୀନ ସଂଘ ଠାରେ ଖୋର୍ଦ୍ଧା ଜିଲ୍ଲା ଆମ୍ ଆଦମୀ ପାର୍ଟି ତରଫରୁ ଅନୁଷ୍ଠିତ ହୋଇଥିବା ଏକ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଆପ୍ ରାଜ୍ୟ ସଭାପତି ଶ୍ରୀ ନିଶିକାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି କାର୍ଯ୍ୟକର୍ତ୍ତା ସମ୍ମିଳନୀଟି ଖୋର୍ଦ୍ଧା ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଶୁଭାଶିସ ସ୍ୱାଇଁ, ଏବଂ ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ସୁନୀଲ କୁମାର ଷଡ଼ଙ୍ଗୀଙ୍କ ଦ୍ବାରା ଉଦଘାଟିତ ହୋଇଥିଲା। ଜିଲ୍ଲା ସାଙ୍ଗଠନିକ ସମ୍ପାଦକ ସୁନୀଲ କୁମାର ଷଡ଼ଙ୍ଗୀ ଙ୍କ ସ୍ୱାଗତ୍ ଭାଷଣ ସହ ସଭା କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ମଞ୍ଚସ୍ଥ ଅତିଥି ମାନେ ଓଡିଶା ସରକାରଙ୍କ ବିଭିନ୍ନ ଯୋଜନା ର କଡା ସମ୍ମାଲୋଚନା କରିବା ସହିତ , ଅରବିନ୍ଦ କେଜରିୱାଲଙ୍କ ଦିଲ୍ଲୀ ମଡେଲର ଶିକ୍ଷା ସ୍ୱାସ୍ଥ୍ୟ, ବିଜୁଳୀ , ପାଣି ଓ ଦୁର୍ନୀତିମୁକ୍ତ ଶାସନ ପାଇଁ ଓଡ଼ିଶାରେ ପରିବର୍ତ୍ତନ ଦରକାର ବୋଲି ଆହ୍ୱାନ ଦେଇଥିଲେ। ଜିଲ୍ଲା ଆବାହକ ଶ୍ରୀଯୁକ୍ତ ଶୁଭାଶିସ ସ୍ୱାଇଁ ତାଙ୍କ ବକ୍ତବ୍ଯରେ ଜିଲ୍ଲାରେ କିପରି ସଂଗଠନ ମଜଭୂତ କରାଯିବ ଓ ପାର୍ଟି ର ବିଚାରକୁ ଘରେ ଘରେ ପହଞ୍ଚା ଯିବ ସେ ଉପରେ ଆଲୋକ ପାତ କରିଥିଲେ ।

ଏହି ସମିଳନୀରେ ଖୋର୍ଦ୍ଧା ଜ଼ିଲ୍ଲାରୁ ପ୍ରାୟ ୩୦୦ରୁ ଉର୍ଦ୍ଧ୍ବ ସକ୍ରୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିବା ବେଳେ ସଭାରେ ଖୋର୍ଦ୍ଧା ଜିଲ୍ଲା ଏବଂ ଭୁବନେଶ୍ଵର ମହାନଗର ନିଗମର ସକ୍ରୀୟ ସଦସ୍ୟ ତଥା ଜିଲ୍ଳା ସଭାପତି ଶ୍ରୀଯୁକ୍ତ ଶୁଭାଶିସ ସ୍ୱାଇଁ, ଜିଲ୍ଳା ସାଙ୍ଗଠନିକ ସଂପାଦକ ଶ୍ରୀଯୁକ୍ତ ସୁନୀଲ କୁମାର ଷଡ଼ଙ୍ଗୀ, ଭୁବନେଶ୍ବର ମହାନଗର ନିଗମ ସଭାପତି ଶ୍ରୀଯୁକ୍ତ ଜୟସୂର୍ଯ୍ୟ କାନୁନଗୋ, ଖୋର୍ଦ୍ଧା ନିର୍ବାଚନ ମଣ୍ଡଳୀ ସଭାପତି ଶ୍ରୀଯୁକ୍ତ ପ୍ରଶାନ୍ତ କୁମାର ରନସିଂହ, ଭୁବନେଶ୍ବର ମହାନଗର ନିଗମର ଉପସଭାପତି ଶ୍ରୀଯୁକ୍ତ ସଞ୍ଜୟ କେତନ ନାୟକ, ବୋଲଗଡ଼ ବେଗୁନିଆ ନିର୍ବାଚନ ମଣ୍ଡଳୀ ସଭାପତି ଶ୍ରୀଯୁକ୍ତ କଳ୍ପତରୁ ପଣ୍ଡା, ଭୁବନେଶ୍ବର ମହାନଗର ନିଗମର ଉପ ସଭାପତି ସ୍ଵର୍ଣ୍ଣ ଲତା ବଳ, ବାଲିଅନ୍ତା ବ୍ଲକ ସଭାପତି ଶ୍ରୀଯୁକ୍ତ ପୀତବାସ ନାୟକ, ବାଲିପାଟଣା ବ୍ଲକ ସଭାପତି ଶ୍ରୀଯୁକ୍ତ ସମରେନ୍ଦ୍ର ଦ୍ଵିବେଦୀ, ଭୁବନେଶ୍ଵର ମହାନଗର ନିଗମର ଉପ ସଭାପତି ଶ୍ରୀଯୁକ୍ତ ଜିତେନ୍ଦ୍ର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.