ଜାଣନ୍ତୁ ରିଲିଜ୍ ଡେ’ରେ କେତେ ଆୟକଲା ‘ଚନ୍ଦ୍ରମୁଖୀ ୨’

0

ଓଡ଼ିଆ ନ୍ୟୁଜ(ବ୍ୟୁରୋ): ସିନେମା ହଲରେ ରିଲିଜ ହୋଇଛି କଙ୍ଗନାଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଚନ୍ଦ୍ରମୁଖୀ ୨’ । କିଛି ଦିନ ପୂର୍ବରୁ ଫିଲ୍ମର ଟ୍ରେଲର ଆସିଥିଲା, ଯାହା ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଥିଲା । ଫିଲ୍ମରେ ବଲିଉଡ କୁଇନ୍ କଙ୍ଗନା ଓ ସାଉଥ୍ ସୁପରଷ୍ଟାର ରାଘବ ଲରେନ୍ସ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଏବେ ଫିଲ୍ମର ପ୍ରଥମ ଦିନର ରୋଜଗାର ସାମ୍ନାକୁ ଆସିଛି । ପ୍ରଥମ ଦିନରେ ଫିଲ୍ମ କିଛି ଖାସ୍ ରୋଜଗାର କରିନାହିଁ । ‘ଚନ୍ଦ୍ରମୁଖୀ ୨’ ର ବଜେଟ୍ ପ୍ରାୟ ୫୦ ରୁ ୬୦ କୋଟି ଟଙ୍କା । ଏହି ଫିଲ୍ମଟି ସବୁ ଭାଷାରେ ରିଲିଜ୍ ହୋଇଛି । ଏହି ଫିଲ୍ମଟି ତେଲୁଗୁ, ତାମିଲ, ହିନ୍ଦୀ, ମାଲାୟାଲମ୍‌ ଓ କନ୍ନଡ ଭାଷାରେ ରିଲିଜ୍ ହୋଇଛି ।

ପ୍ରଥମ ଦିନରେ ଏହା ୭.୫ କୋଟି ଟଙ୍କା ଆୟ କରିଛି। ‘ଚନ୍ଦ୍ରମୁଖୀ ୨’ ଏକ ଆକ୍ସନ, କମେଡି, ହରର ଏବଂ ରୋମାଣ୍ଟିକ୍ ଫିଲ୍ମ । ଏହି ଫିଲ୍ମରେ କଙ୍ଗନା ରାଣାଓ୍ଵତ ବହୁତ ସୁନ୍ଦର ଏବଂ ଭିନ୍ନ ଲୁକ୍ରେ ନଜର ଆସିଛନ୍ତି । ତେବେ କଙ୍ଗନାଙ୍କ ଏହି ଲୁକ୍ ଫ୍ୟାନ୍ସଙ୍କୁ ବହୁତ ପସନ୍ଦ ଆସିଛି । ଏହି ଫିଲ୍ମରେ କଙ୍ଗନା ଓ ରାଘବଙ୍କ ବ୍ୟତୀତ ରାଧିକା ସାରଥକୁମାର, ମହିମା ନାମ୍ବିଆର, ଭାଡିଭେଲୁ, ସ୍ରିଷ୍ଟି ଡେଙ୍ଗେ, ଲକ୍ଷ୍ମୀ ମେନନ, ରବି ମାରିଆ ଓ ସୁରେଶ ମେନନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । ଲାଇକା କମ୍ପାନୀ ଫିଲ୍ମର ପ୍ରଡକ୍ସନ କରିଥିବା ବେଳେ ଏମ୍‌ଏମ୍‌ କିରାଭନୀ ଫିଲ୍ମର ସଙ୍ଗୀତ ପ୍ରସ୍ତୁତ କରିଛନ୍ତି । ୨୦୦୫ରେ ଆସିଥିବା ଫିଲ୍ମ ‘ଚନ୍ଦ୍ରମୁଖୀ’ର ସିକ୍ୱେଲ ହେଉଛି ‘ଚନ୍ଦ୍ରମୁଖୀ ୨’ ।

Leave A Reply

Your email address will not be published.