ଓଡିଆ ନ୍ୟୁଜ୍ (ବ୍ୟୁରୋ) : ସ୍ନେହ ଓ ପ୍ରେମର ପ୍ରତୀକ ରାକ୍ଷୀ । ଭାଇ ଭଉଣୀଙ୍କ ପବିତ୍ର ସଂପର୍କକୁ ଗୋଟିଏ ଡୋରୀରେ ବାନ୍ଧି ରଖେ ରାକ୍ଷୀ । ଭାଇର ମଙ୍ଗଳ ମନାସି ରାକ୍ଷୀ ପୂର୍ଣ୍ଣିମାରେ ଭଉଣୀଟିଏ ରାକ୍ଷୀ ବାନ୍ଧିଥାଏ । ତେବେ ରାକ୍ଷୀ ବାନ୍ଧିବାର କିଛି ସ୍ୱତନ୍ତ୍ର ନିୟମ ରହିବା ସହ ଶୁଭ ସମୟ ମଧ୍ୟ ରହିଛି ।
ଏବର୍ଷ ରାକ୍ଷୀ ପୂର୍ଣ୍ଣିମାରେ ଭଦ୍ରାକାଳ ପଡୁଥିବାରୁ, ଏହି ସମୟରେ ରାକ୍ଷୀ ବାନ୍ଧିବାକୁ ବାରଣ କରାଯାଏ । ଭଦ୍ରାକାଳ ସମୟରେ ରାକ୍ଷୀ ବାନ୍ଧିଲେ ଭାଇର ପ୍ରବଳ ଅନିଷ୍ଟ ହୋଇଥାଏ । ଚଳିତବର୍ଷ ପୂର୍ଣ୍ଣିମା ତିଥି ୩୦ଅଗଷ୍ଟ ୨୦୨୩ ସକାଳ ୧୦ଟା ୫୮ରୁ ଆରମ୍ଭ ହୋଇ ୩୧ଅଗଷ୍ଟ ସକାଳ ୭.୪୬ ମିନିଟରେ ସମାପ୍ତ ହେବ । ତେଣୁ ଆପଣ ୩୦ତାରିଖରେ ପୂରା ଦିନ ରାକ୍ଷୀ ବାନ୍ଧି ପାରିବେ । କିନ୍ତୁ ୩୦ ଅଗଷ୍ଟରେ ଭଦ୍ରାକାଳ ରହୁଅଛି । ଏହି ସମୟରେ ଯଦି ଭଉଣୀ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ, ତେବେ ଭାଇର ଅକାଳ ମୃତ୍ୟୁ ହୋଇଥାଏ ବୋଲି ସମୟ କୁହାଯାଏ । କିନ୍ତୁ ଆପଣ ଜାଣି ଖୁସି ହେବେ ଯେ, ଏଥର ଭଦ୍ରାକାଳ ପୃଥିବୀ ଲୋକରେ ନୁହେଁ ବରଂ ପାତାଳ ଲୋକରେ ପାଳନ କରାଯିବ । ତେଣୁ ଏହା ପୃଥିବୀ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ଆପଣ ପୂରା ଦିନ ରାକ୍ଷୀ ବାନ୍ଧି ପାରିବେ ।
ନିୟମ :
-ପ୍ରଥମେ କୌଣସି ଦେବ ମନ୍ଦିର କିମ୍ବା ଗୋମାତାଙ୍କୁ ରାକ୍ଷୀ ଦାନ କରନ୍ତୁ । ଏହାପରେ ନିଜ ଭାଇ ହାତରେ ରାକ୍ଷୀ ବାନ୍ଧନ୍ତୁ ।
-ରାକ୍ଷୀ ବାନ୍ଧିଲାବେଳେ ବନ୍ଦାପନା କରିବା ସମୟରେ ଦେଶୀ ଘିଅର ଦୀପ ଲଗାନ୍ତୁ । ଏହା ଭାଇ ପାଇଁ ଅତ୍ୟନ୍ତ ଶୁଭଫଳ ଦେଇଥାଏ ।
-ରାକ୍ଷୀ ବାନ୍ଧିବାବେଳ ଭାଇର ମୁହଁ ପୂର୍ବ କିମ୍ବା ଉତ୍ତରକୁ ରହିଥିବା ଆବଶ୍ୟକ । ଉଉଣୀଟି ପଶ୍ଚିମ ବା ଦକ୍ଷିଣମୁଖା ହୋଇ ରାକ୍ଷୀ ବାନ୍ଧିଲେ ଭାଇ ଅତ୍ୟନ୍ତ ଶୁଭଫଳ ମିଳିଥାଏ ।