ଦେଶର ନାମ ପରିବର୍ତ୍ତନକୁ ନେଇ କଣ ରହିଛି ବିଶେଷଜ୍ଞଙ୍କ ମତ, ଜାଣନ୍ତୁ..

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦେଶର ଇଂରାଜୀ ନାମ ନାମ ଇଣ୍ଡିଆ ବଦଳରେ ଭାରତ ରହିବ ବୋଲି ଏବେ ରାଜନୈତିକ ଅଳିନ୍ଦରେ ଏ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। କୁହାଯାଉଛି ସଂସଦର ଆଗାମୀ  ଅଧିବେଶନରେ ଅଧିକାରୀକ ଭାବେ ଦେଶର ନାମ ‘ରିପବ୍ଲିକ ଅଫ ଭାରତ’ କହିବାକୁ ପ୍ରସ୍ତାବ ଆଗତ ହୋଇ ପାରେ। ତେବେ ସମ୍ବିଧାନ ବିଶେଷଜ୍ଞଙ୍କ କହିବା କଥା ହେଲା ଦେଶର ସମ୍ବିଧାନରେ ‘ଇଣ୍ଡିଆ ଦ୍ୟାଟ୍‌ ଇଜ୍ ଭାରତ’ର ଉଲ୍ଲେଖ ବହୁ ପୂର୍ବରୁ ରହିଛି। ଏଣୁ ସମ୍ବିଧାନରେ ଉଭୟ ନାମ ପୂର୍ବରୁ ହିଁ ଉଲ୍ଲେଖ ଅଛି ଓ ଉଭୟ ଶବ୍ଦର ଅର୍ଥ ସମାନ । ଏଥିରେ ବଦଳିବ କ’ଣ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ସମ୍ବିଧାନ ବିଶେଷଜ୍ଞଙ୍କ ମୁତାବକ ବର୍ତ୍ତମାନ ପରିପ୍ରେକ୍ଷୀରେ ସମ୍ବିଧାନର ମୌଳିକ ସଂରଚନା (ବେସିକ୍ ଷ୍ଟ୍ରକ୍ଚର)ରେ କୌଣସି ପ୍ରକାରର ପରିବର୍ତ୍ତନ କରିବା ଅସମ୍ଭବ। ତେବେ ନାମ ପରିବର୍ତ୍ତନ କରି ଭାରତ ରଖା ଗଲେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଏହାର ଲାଭ ମିଳିବକି ଏ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଉଲ୍ଲେଖଯୋଗ୍ୟ ଯେ ରାଷ୍ଟ୍ରପତିଙ୍କ ପକ୍ଷରୁ ଜି-୨୦ କାର୍ଯ୍ୟକ୍ରମ ଅବସରରେ ଭାରତ ମଣ୍ଡପରେ ଅନୁଷ୍ଠିତ ହେବାକୁ ଥିବା ଡିନର ନିମନ୍ତେ ନିମନ୍ତ୍ରଣ ପତ୍ରରେ ‘ଦି ପ୍ରେସିଡେଣ୍ଟ ଅଫ ଭାରତ’ ଶବ୍ଦକୁ ନେଇ ଏବେ ରାଜନୀତି ଆରମ୍ଭ ହୋଇଯାଇଛି।

ରାଜନୈତିକ ପାର୍ଟିମାନେ ଭାରତୀୟ ଜନତା ପାର୍ଟି ଏବେ ଦେଶର ନାମକୁ ନେଇ ରାଜନୀତି କରୁଥିବାର ଅଭିଯୋଗ କରୁଛନ୍ତି। ଏଥିରେ କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି ଯେ ସମ୍ବିଧାନର ଅନୁଚ୍ଛେଦ-୧ରେ ଯେତେବେଳେ ଭାରତ ଯାହାକି ଇଣ୍ଡିଆ ଓ ଏହା ରାଜ୍ୟଙ୍କ ସଂଘ ବୋଲି ଉଲ୍ଲେଖ ରହିଛି ସେତେବେଳେ ଇଣ୍ଡିଆ ଶବ୍ଦକୁ କାହିଁକି ହଟା ଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। ସେହିପରି କଂଗ୍ରେସ ନେତା ଶଶି ଥରୁର କହନ୍ତି ଯେତେବେଳେ ସମ୍ବିଧାନରେ ଇଣ୍ଡିଆ ଓ ଭାରତ ଦୁଇଟି ଜାକ ନାମର ଉଲ୍ଲେଖ ରହୁଛି  ସେତେବେଳେ ଏହାକୁ ନେଇ ସାମ୍ବିଧାନିକ ଭାବେ ଆପତ୍ତି ହେବା କଥା ନୁହେଁ। ତେବେ ଭାରତୀୟ ଜନତା ପାର୍ଟି ନେତାମାନେ ଲଗାତାର ସୋସିଆଲ ମିଡିଆରେ ‘ଭାରତ’ ସମର୍ଥନରେ ଟ୍ୱିଟ୍‌ ଓ ବୟାନବାଜି କରିବାରେ ଲାଗିଛନ୍ତି। ସୁପ୍ରିମକୋର୍ଟ ବରିଷ୍ଠ ଓକିଲ ସୁମିତ ବର୍ମା କହନ୍ତି ଯେ ଭାରତ ଓ ଇଣ୍ଡିଆ ସମାନ ଅର୍ଥ ବୋଧକ। ଏଣୁ ଇଣ୍ଡିଆ ସ୍ଥାନରେ ଭାରତ ଉଲ୍ଲେଖ କରାଗଲା ବୋଲି କୁହାଯାଇ ନ ପାରେ। ଏହା କୌଣସି ଏକ ବଡଧରଣର ପରିବର୍ତ୍ତନର ସଂକେତ ବୋଲି ସେ କହିଛନ୍ତି। ତେବେ ଏହା ଆଇନତଃ ସମ୍ଭବ ଦେଖଯାଉ ନଥିଲେ ମଧ୍ୟ ରାଜନୈତିକ ରୂପେ ଏଥିରୁ କୌଣସି ସମ୍ଭାବନା ମଧ୍ୟ  ଦେଖାଯାଉନଥିବା କହିଛନ୍ତି।

ତେବେ ଇଣ୍ଡିଆ ସ୍ଥାନରେ ଭାରତ ନାମ ଲେଖାଯିବା କନଷ୍ଟିଚ୍ୟୁସନାଲ ଆମେଣ୍ଡମେଣ୍ଟ ରାସ୍ତାରେ ବଢିବା ପରି, ତେବେ ଏହା ମଧ୍ୟ ସମ୍ଭବ ନୁହେଁ ବୋଲି ବର୍ମା କହିଛନ୍ତି। ସେ କହିଛନ୍ତି ଯେ ଏଥି ପାଇଁ କନଷ୍ଟିଚ୍ୟୁସନାଲ ଆମେଣ୍ଡମେଣ୍ଟ କରାଯାଇପାରେ। ହେଲେ ଏଥି ପାଇଁ ପାର୍ଲ୍ୟାମେଣ୍ଟରେ ଦୁଇ ତୃତୀୟାଂଶ ବହୁମତର ଆବଶ୍ୟକତା ପଡିବ। ତେବେ ଯେତେବେଳେ ସମ୍ବିଧାନର ବେସିକ୍ ଷ୍ଟ୍ରକ୍ଚରରେ ପରିବର୍ତ୍ତନର ଆବଶ୍ୟକ ହୁଏ ସେତବେଳେ ଏହାକୁ ବଦଳାଇବା ପାଇଁ ଏକ କମିଟି ଗଠନ ମଧ୍ୟ ଜରୁରି ହୋଇଥାଏ। ସୁମିତ ବର୍ମା କହିଛନ୍ତି ଯେ ସମ୍ବିଧାନ ପ୍ରଣେତା କମିଟିର କୌଣସି ସଦସ୍ୟ ଏବେ ଜୀବିତ ନାହାନ୍ତି। ଏଥି ଲାଗି ଏହି ପ୍ରକ୍ରିୟା ମଧ୍ୟ ଏବେ ବହୁତ କଠିନ  ହୋଇପାରେ । ତେବେ ପୁରା ପ୍ରକରଣକୁ ବୁଝୁଥିବା ରାଜନୈତିକ ବିଶେଷଜ୍ଞ କହନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ଦୃଷ୍ଟିରୁ ଏହା ଏବେ ରାଜନୈତିକ ପ୍ରସଙ୍ଗ ପାଲଟିଛି। ରାଜନୈତିକ ବିଶ୍ଲେଷକ ସଦାନନ୍ଦ ପାଠକ ବିରୋଧୀ ଦଳ ଏହାକୁ ସେମାନଙ୍କ ମେଣ୍ଟର ନୂଆ ନାମ ‘ଇଣ୍ଡିଆ’ ସହ ଯୋଡି ଦେଖୁଥିବା ଅଭିଯୋଗ କରୁଛନ୍ତି। ଏଥିରେ ବିଜେପି ନେତାଙ୍କୁ ଭାରତ ନାମ ସହିତ ରାଜନୀତିକୁ ଆଗକୁ ବଢେଇବା ପାଇଁ ଏକ ସୁଯୋଗ ମିଳୁଥିବା ଦେଖାଯାଉଛି ବୋଲି ପାଠକ କହିଛନ୍ତି। ହେଲେ ସାମ୍ବିଧାନିକ ରୂପେ ଇଣ୍ଡିଆ ଓ ଭାରତ ନାମ ପରିବର୍ତ୍ତନ ପ୍ରକ୍ରିୟା ଦୃଷ୍ଟିରୁ ଦେଖିଲେ ଏଥିରେ ଆଇନଗତ ସମସ୍ୟା ଉପୁଜିପାରେ ବୋଲି ପାଠକ କହିଛନ୍ତି। ଏଥିରେ କଂଗ୍ରେସ ନେତା ପ୍ରମୋଦ ତିୱାରୀ କହିଛନ୍ତି ଯେ ବିଜେପି ନେତା ଏବେ ‘ଇଣ୍ଡିଆ’ ମେଣ୍ଟକୁ ନେଇ ଡରି ଯାଇଛନ୍ତି।

Leave A Reply

Your email address will not be published.