ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ମହେନ୍ଦ୍ର କୁମାର ବଢେଇଙ୍କ ପରଲୋକ । ୨ ଦିନ ତଳେ ହୃଦଘାତରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଗତକାଲି ରାତିପାଖାପାଖି ୧୦ଟା ବେଳେ ଚିକିତ୍ସାଧୀନ ଅବସ୍ଥାରେ ୫୨ ବର୍ଷ ବୟସରେ ତାଙ୍କର ପରଲୋକ ହୋଇଛି ।
ବରଗଡ଼ ଜିଲ୍ଲା ପଦମପୁର ତାଲ ଗାଁରେ ମହେନ୍ଦ୍ରଙ୍କ ଘର । ଜନସେବା ପାଇଁ ଚାକିରି ଛାଡ଼ି ଗତ ୨୦୨୨ ନଭେମ୍ବର ୨୫ତାରିଖରେ ସେ ବିଜେଡିରେ ସାମିଲ ହୋଇଥିଲେ । ORS ପଦବୀରୁ ଭିଆରଏସ୍ ନେଇ ବିଜେଡିରେ ଯୋଗ ଦେଇଥିଲେ । ମହେନ୍ଦ୍ରଙ୍କୁ ମୁଖପାତ୍ର ଭାବେ ନିଯୁକ୍ତ କରିଥିଲା ବିଜେଡି । ପଦମପୁର ଉପନିର୍ବାଚନ ସମୟରେ ମହେନ୍ଦ୍ର ବିଜେଡି ପ୍ରାର୍ଥୀ ବର୍ଷା ସିଂ ବରିହାଙ୍କ ପାଇଁ ଗାଁ ଗାଁ ବୁଲି ଭୋଟ ମାଗିଥିଲେ । ପରେ ଓଡ଼ିଶା ପଣ୍ୟାଗାର ନିଗମ ଅଧ୍ୟକ୍ଷ ଭାବେ ତାଙ୍କୁ ରାଜ୍ୟ ସରକାର ନିଯୁକ୍ତ କରିଥିଲେ ।