ଟ୍ରାଫିକ ପୋଷ୍ଟରେ ଲାଗିବ ତୁଳସୀ ଗଛ: କୃଷ୍ଣଚନ୍ଦ୍ର ମହାପାତ୍ର

0

ଓଡ଼ିଆ ନ୍ୟୁଜ୍: ସବୁ ଟ୍ରାଫିକ ପୋଷ୍ଟରେ ଲାଗିବ ତୁଳସୀ ଗଛ। ନଗର ଉନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ସୂଚନା ଟ୍ରାଫିକ୍‌ ପୋଷ୍ଟରେ ହେବ ବଡ଼ ପରିବର୍ତ୍ତନ। ଏଣିକି ସବୁ ଟ୍ରାଫିକ ପୋଷ୍ଟ ନିକଟସ୍ଥ ଡିଭାଇଡରରେ ଲାଗିବ ତୁଳସୀ ଗଛ। ଫଳରେ ଟ୍ରାଫିକ ପୋଷ୍ଟରେ ଅଟକୁଥିବା ଯାତ୍ରୀମାନେ ଭଲ ଅକ୍ସିଜେନ ପାଇପାରିବେ।

ତୁଳସୀ ଗଛ ଭଲ ଅକ୍ସିଜେନ ଦେଇଥାଏ। ଏବେ ଆମ ପାଇଁ ଅକ୍ସିଜେନ କମିକମି ଚାଲିଛି। ତେଣୁ ତୁଳସୀ ଗଛ ଲାଗିଲେ, ଲୋକେ ଅଧିକ ଅକ୍ସିଜେନ ପାଇପାରିବେ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି। ଏ ନେଇ ULBକୁ ନଗର ଉନ୍ନୟନ ମନ୍ତ୍ରୀଙ୍କ ନିର୍ଦ୍ଦେଶ ଦେଇଛନ୍ତି।

Leave A Reply

Your email address will not be published.