୮ ଲକ୍ଷ ୧୬ ହଜାର ରାସନ କାର୍ଡ କଟିଛି: କୃଷ୍ଣଚନ୍ଦ୍ର ମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍:୯୬ ପ୍ରତିଶତ e-KYC ସରିଛି, ୮ ଲକ୍ଷରୁ ଊର୍ଦ୍ଧ୍ବଙ୍କ ରାସନ କାର୍ଡ କଟିଛି।ସୂଚନା ଦେଲେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ର।’ଗତ ୧୫ ମାସ ସରକାରରେ e-KYC ଲାଗୁ କରିଥିଲେ’।’୯୬% e-KYC କରିଛନ୍ତି, କେବଳ ୪% e-KYC କରି ନାହାନ୍ତି।୬ ଲକ୍ଷ ୯୫ ହଜାର ୫୩୦ ଜଣ ମୃତ, ୮ ଲକ୍ଷରୁ ଊର୍ଦ୍ଧ୍ବଙ୍କ ରାସନ କାର୍ଡ କଟିଛି’।

‘୭୫ ହଜାର ୩୦ ସରକାରୀ ଚାକିରିଆ, ୪୫୪୯୬ ଆଇଟି ଦାତାଙ୍କ କାର୍ଡ କଟିଛି’।’ସମୁଦାୟ ୮ ଲକ୍ଷ ୧୬ ହଜାର ୫୬ ଜଣଙ୍କ ରାସନ କାର୍ଡ କଟିଛି’।ଗରିବଙ୍କ ରାସନ କାର୍ଡ କାଟିନି, ପୋର୍ଟାଲରେ ଆବେଦନ କଲେ ଯାଞ୍ଚ ହେବ’।’ଗ୍ରାମାଞ୍ଚଳରେ ୧୩ ଲକ୍ଷ ୫୦, ସହରାଞ୍ଚଳରେ ୧ ଲକ୍ଷ ୫୦ ଜଣଙ୍କୁ କାର୍ଡ ଦିଆଯିବ।

Leave A Reply

Your email address will not be published.