ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍ଗୀନ;ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର

0

ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍ଗୀନ ଥିବା ନେଇ ସୂଚନା ମିଳିଛି। ମଙ୍ଗଳବାର ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ହଠାତ୍ ରାଞ୍ଚିରେ ଥିବା RIMS ହସ୍ପିଟାଲରୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସ ପଠାଯାଇଥିଲା। ଲାଲୁ ମଙ୍ଗଳବାର ରାତିରେ ଦିଲ୍ଲୀ ଏମ୍ସରେ ପହଞ୍ଚିଥିଲେ, କିନ୍ତୁ ସେଠାରେ ଥିବା ଡାକ୍ତରମାନେ ଡାକ୍ତରୀ ପରୀକ୍ଷା ପରେ ତାଙ୍କୁ ଏମ୍ସରେ ଭର୍ତ୍ତି କରିବାକୁ ମନା କରିଦେଇଥିଲେ। ବୁଧବାର ଦିନ ପ୍ରାୟ ୩:୪୩ ରେ ତାଙ୍କୁ ଏମ୍ସରୁ ଡିସଚାର୍ଜ କରାଯାଇଥିଲା। ବର୍ତ୍ତମାନ ତାଙ୍କୁ ରାଞ୍ଚିରେ ଥିବା RIMS ହସ୍ପିଟାଲକୁ ପଠାଯିବ। ଲାଲୁଙ୍କ ପରିବାରର ଅନ୍ୟ ସଦସ୍ୟମାନେ ସିଧା ଦିଲ୍ଲୀ ଯାଇଥିଲେ। ଗତକାଲି ରାତିରେ ସେ ଦିଲ୍ଲୀ ଏମ୍ସରେ ପହଞ୍ଚିଥିଲେ, ଯେଉଁଠାରେ ତାଙ୍କୁ ଜରୁରୀକାଳୀନ ୱାର୍ଡରେ ରଖାଯାଇଥିଲା। 

ସୂଚନା ଥାଉକି,ଫେବୃଆରୀ ୨୧ ରେ ଡୋରାଣ୍ଡା ଟ୍ରେଜେରୀ ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କୁ ସିବିଆଇ କୋର୍ଟ ପାଞ୍ଚ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଏହା ବ୍ୟତୀତ ଲାଲୁ ଅନ୍ୟ ଚାରା ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ପରେ ଜାମିନରେ ଅଛନ୍ତି। ଡୋରାଣ୍ଡା ଟ୍ରେଜେରୀ ମାମଲାରେ ଜେଲଦଣ୍ଡ ଭୋଗିବା ପରେ ଅସୁସ୍ଥତା ହେତୁ ତାଙ୍କୁ ରାଞ୍ଚିରେ ଥିବା RIMS (ହସ୍ପିଟାଲ) ରେ ଭର୍ତ୍ତି କରାଯାଇଥିଲା। ତାଙ୍କ କିଡନୀ ଖରାପ ଏବଂ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ କାରଣରୁ ଡାକ୍ତରମାନେ ତାଙ୍କୁ ଦିଲ୍ଲୀ AIIMS ରେଫର୍ କରିଥିଲେ |

Leave A Reply

Your email address will not be published.