ବୈଷ୍ଣୋ ଦେବୀ ଯାତ୍ରା ବେଳେ ଭୂସ୍ଖଳନ, 31 ମୃତ

0

ଓଡ଼ିଆ ନ୍ୟୁଜ୍: ଜମ୍ମୁ-କାଶ୍ମୀରରେ ବାଦଲଫଟା ବର୍ଷା, ୩୧ ମୃତ । ବୈଷ୍ଣୋ ଦେବୀ ଯାତ୍ରା ବେଳେ ଭୂସ୍ଖଳନ । ଭୂସ୍ଖଳନ ଯୋଗୁଁ ରାସ୍ତାରେ ଫସି ରହିଛନ୍ତି ଅନେକ ଶ୍ରଦ୍ଧାଳୁ । ସେନା ଓ ପ୍ରଶାସନ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି । ବୈଷ୍ଣୋ ଦେବୀ ଯାତ୍ରା ମାର୍ଗରେ ଏକ ବଡ଼ ଭୂସ୍ଖଳନ ଘଟିଛି। ଏହି ଦୁର୍ଘଟଣାରେ ୩୧ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ହୋଇଛି।

ଅନେକ ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି। ଭୂସ୍ଖଳନ ଯୋଗୁଁ ବୈଷ୍ଣୋ ଦେବୀ ଯାତ୍ରାକୁ ବନ୍ଦ କରାଯାଇଛି। ଶ୍ରୀ ମାତା ବୈଷ୍ଣୋ ଦେବୀ ଶ୍ରାଇନ୍ ବୋର୍ଡ ଏହି ସୂଚନା ଦେଇଛି। ଗତକାଲି ଅପରାହ୍ନ ପ୍ରାୟ ୩ଟାରେ କଟରାର ଅଧକୁଆଁରୀ ଇନ୍ଦ୍ରପ୍ରସ୍ଥ ଭୋଜନାଳୟ ନିକଟରେ ଏକ ବଡ଼ ଭୂସ୍ଖଳନ ହୋଇଥିଲା। କିଛି ସମୟ ମଧ୍ୟରେ ୮ଜଣଙ୍କ ମୃତ୍ୟୁ ଖବର ଆସିଥିଲା, ଯେତେବେଳେ ୨୦ ଜଣ ଆହତ ହୋଇଥିବା ସୂଚନା ମିଳିଛି।

Leave A Reply

Your email address will not be published.