ରେଲୱେ ଟ୍ରାକ୍‌ରେ ଧସିଲା ପଥର, ଟ୍ରେନ୍ ବାତିଲ୍

0

ଓଡ଼ିଆ ନ୍ୟୁଜ୍: ରେଲୱେ ଟ୍ରାକ୍‌ରେ ଧସିଲା ପଥର, ପ୍ୟାସେଞ୍ଜର ଟ୍ରେନ୍ ବାତିଲ୍। କୋଟବାଲସା-କିରନଡୁଲ ରେଲୱେ ଲାଇନ୍‌ରେ ଧସିଲା ପଥର ଖଣ୍ଡ।ଆନ୍ଧ୍ର ପ୍ରଦେଶର ଟ୍ୟାଡା-ଚିପ୍ରୁପାଲି ଧାରଣାରେ ବଡ଼ ବଡ଼ ପଥର ଖଣ୍ଡ।କିରନଡୁଲ-ବିଶାଖାପାଟଣା ପ୍ୟାସେଞ୍ଜର ଟ୍ରେନ୍ ବାତିଲ୍, ଉଦ୍ଧାର କାର୍ଯ୍ୟ ଜାରି।

ଲାଇନଚ୍ୟୁତ ମାଲଗାଡ଼ିର ସମସ୍ତ ବଗି ଓ ଇଞ୍ଜିନକୁ ରେଳପଥରୁ ହଟାଇ ଆବଶ୍ୟକ ମରାମତି କରାଯିବାକୁ ଥିବାରେ ଏହି ରେଳପଥରେ ୧୯ ତାରିଖ ରବିବାର ଯାତାୟାତ କରିବାକୁ ଥିବା ଏକାଧିକ ଯାତ୍ରୀବାହୀ ଟ୍ରେନ୍‌ ବାତିଲ କରାଯାଇଛି। ବିଶାଖାପାଟଣା-କିରାଣ୍ଡୁଳ ଯାତ୍ରୀବାହୀ ଟ୍ରେନ୍‌ ନଂ ୫୮୫୦୧ ବାତିଲ କରାଯାଇଥିବା ବେଳେ କିରାଣ୍ଡୁଳ-ବିଶାଖାପାଟଣା ଯାତ୍ରୀବାହୀ ଟ୍ରେନ୍‌ ୫୮୫୦୨ କୁ କୋରାପୁଟରୁ କିରାଣ୍ଡୁଳ ଫେରି ଯିବାକୁ ନିର୍ଦ୍ଦେଶ ଦିଆଯାଇଥିବା ବିଶାଖାପାଟଣା ରେଳ ଡିଭିଜନ (କୋରାପୁଟ) ଚିଫ୍‌ ଟ୍ରାନ୍ସପୋର୍ଟ ନିରୀକ୍ଷକ ପି.ନାରାୟଣ ରାଓ ସୂଚନା ଦେଇଛନ୍ତି। ଏଭଳି ପରିସ୍ଥିତି ଯୋଗୁ ରେଳଯାତ୍ରୀଙ୍କ ନିମନ୍ତେ ସୃଷ୍ଟି ହୋଇଥିବା ଅସୁବିଧା ପାଇଁ ରେଳ ବିଭାଗ ତରଫରୁ ଦୁଃଖ ପ୍ରକାଶ କରାଯାଇ ସହଯୋଗ କାମନା କରାଯାଇଛି।

Leave A Reply

Your email address will not be published.