କାବୁଲରେ ବଡ଼ ଧରଣଣ ବିସ୍ଫୋରଣ: ୮ ମୃତ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଆଫଗାନିସ୍ତାନରେ ବଡ଼ ଧରଣର ବିସ୍ଫୋରଣ । ଆଫଗାନିସ୍ତାନର ରାଜଧାନୀ କାବୁଲରେ ଦୁଇଟି ବଡ଼ ଧରଣର ବିସ୍ଫୋରଣ ହୋଇଛି । ଏଥିରୁ ଗୋଟିଏ ଏଠାରେ ଥିବା ହଜାରା ମସ୍ଜିଦ ଉପରେ ହୋଇଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ବିସ୍ଫୋରଣରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ଏହି ବିସ୍ଫୋରଣ ପାଇଁ ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ନିଜକୁ ଦାୟୀ କରିଛି। ମହିଳାମାନଙ୍କୁ ଟାର୍ଗେଟ କରି ଏହି ବିସ୍ଫୋରଣ କରାଯାଇଥିଲା। ଏହି ଘଟଣାର ଅଧିକାଂଶ ପୀଡିତ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି। କିଛି ଲୋକ ଆହତ ହୋଇଛନ୍ତି । ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ହଜାରା ଓ ଶିୟା ଲୋକଙ୍କୁ ଟାର୍ଗେଟ କରାଯାଇଛି । ଅନ୍ୟ ଏକ ବୋମା ଇମାମ ମହମ୍ମଦ ବାକେରରେ ହୋଇଛି, ଯାହାକି କାବୁଲର ସର-ଏ-କରୀଜ ଅଞ୍ଚଳରେ ଥିବା ଜନାନା ମସଜିଦ ରହିଛି । କାବୁଲର ଯେଉଁ ଅଞ୍ଚଳରେ ବିସ୍ଫୋରଣ ହୋଇଛି, ସେଠାରେ ମୁଖ୍ୟତଃ ଶିୟା ସଂପ୍ରଦାୟର ମୁସଲମାନମାନେ ବସବାସ କରିନ୍ତି । ଆଫଗାନିସ୍ତାନ ପୁଲିସର କହିବା ଅନୁସାରେ ବିସ୍ଫୋରଣରେ ଅତିକମରେ ୮ ଜଣଙ୍କର ମୃତ୍ୟୁ ହୋଇଛି ।

 

Leave A Reply

Your email address will not be published.