ଲଦାଖ ଠାରୁ ଦୂରେଇ ରୁହ: ଚାଇନାକୁ ଭାରତର ଚେତାବନୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ସାଂଘାତିକ ହେଉଛି ଆମେରିକା ଚାଇନା କଳି । ମୁହାଁମୁହିଁ ଦୁଇ ଶକ୍ତିଶାଳୀ ଦେଶ । ଆମେରିକା ସିନେଟର ବାଚସ୍ପତି ନାନ୍ସି ପେଲୋସି ତାଇୱାନ ଗସ୍ତ କରି ଫେରିଯିବା ପରେ ଚୀନ ରକ୍ତଚାଉଳ ଚୋବାଇ ହେଉଛି। ତାଇୱାନ ଉପରେ ରାଗ ଶୁଝାଇବା ପାଇଁ ପ୍ରସ୍ତୁତି ପର୍ବକୁ ଜୋରଦାର କରିଛି। ତାଇୱାନକୁ ଚାରିକଡ଼ରୁ ଚୀନ ସେନାମାନେ ଘେରାଉ କରି ରଖିଛନ୍ତି। ଏସବୁ ଭିତରେ ଭାରତର ପୂର୍ବ ଲଦାଖ ସୀମା ନିକଟରେ ଚୀନ ଯୁଦ୍ଧ ବିମାନ ସଜ୍ଜିତ କରି ରଖିଥିବାରୁ ଏହାକୁ ଭାରତ ପକ୍ଷରୁ କଡ଼ା ବିରୋଧ କରାଯାଇଛି। ଏନେଇ ଚୀନକୁ ଭାରତ ପକ୍ଷରୁ ଚେତାବନୀ ମଧ୍ୟ ଦିଆଯାଇଛି। ପୂର୍ବ ଲଦାଖ ସୀମା ନିକଟରେ ଯୁଦ୍ଧ ବିମାନ ନ ଉଡ଼ାଇବା ପାଇଁ ଚୀନକୁ ସତର୍କ କରିଦିଆଯାଇଛି। ଚୀନ ତା’ର ଲଢୁଆ ବିମାନକୁ ସୀମା ଠାରୁ ଦୂରରେ ରଖିବାକୁ ଭାରତ ପକ୍ଷରୁ କୁହାଯାଇଛି। ଚୀନ ଓ ତାଇୱାନ ମଧ୍ୟରେ ବିବାଦ ଉଗ୍ରରୂପ ଧାରଣ କରିଥିବାବେଳେ ଭାରତ ଚୀନକୁ ଏଭଳି ଚେତାବନୀ ଦେଇଛି।

ଏହାସହିତ ଭାରତ ପକ୍ଷରୁ ଏହି ମୁଦ୍ଦା ନେଇ ସୈନ୍ୟସ୍ତର ବୈଠକରେ ଆଲୋଚନା ମଧ୍ୟ କରାଯାଇଛି। ପୂର୍ବ ଲଦାଖ ସୀମା ନିକଟରେ ଲଢୁଆ ବିମାନ ଉଡ଼ାଇ ଚୀନ ଯେଉଁ ଉସ୍କାଇବା ଭଳି କାମ କରୁଛି ତାକୁ ଭାରତ ଦୃଢ଼ ବିରୋଧ କରିଛି। ଏବେ ସୈନ୍ୟସ୍ତର ବୈଠକରେ ପ୍ରଥମ ଥର ପାଇଁ ସାମିଲ ହୋଇଥିଲେ ଭାରତୀୟ ଏୟାର ଫୋର୍ସ କମାଣ୍ଡର । ମିଳିଥିବା ସୂଚନାରୁ ଜଣାପଡ଼ିଛି ଯେ, ଏହି ବୈଠକରେ ଭାରତ ଚୀନକୁ ସ୍ପଷ୍ଟ ଭାବେ କହିଛି ଯେ, ଲଢୁଆ ବିମାନ ଉଡ଼ାଇବା ବେଳେ ଚୀନ ନିଜ ସୀମାରେ ସୀମିତ ରହୁ। ଏହାସହ ଏଲ୍ଏସି ଠାରୁ ୧୦ କି.ମି. ଦୂରତା ବଜାୟ ରଖୁ।

 

Leave A Reply

Your email address will not be published.