ତ୍ରୁଟି ପୁର୍ଣ ପ୍ରଶ୍ନ ପତ୍ର ଯୋଗୁଁ ବାତିଲ ହେଲା ଆଇନ ପରୀକ୍ଷା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ତ୍ରୁଟି ପୁର୍ଣ ପ୍ରଶ୍ନ ପତ୍ର ଯୋଗୁଁ ବାତିଲ ହେଲା ଆଇନ ପରୀକ୍ଷା | କେନ୍ଦ୍ରାପଡ଼ା ଡେରାବିଶ ଗୁହାଳ ସିଂ ସ୍ଥିତ ଦୀନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ରେ ଷଷ୍ଠ ସେମିଷ୍ଟାର ର ତ୍ରୁଟିପୂର୍ଣ ପ୍ରଶ୍ନପତ୍ର ଯୋଗୁଁ ପ୍ରଥମ ପେପର ଲେବର ଲ -୨ ପରୀକ୍ଷା ବାତିଲ ହୋଇଛି |

କଟକ ମଧୁସୂଦନ ଆଇନ ବିଶ୍ୱବିଦ୍ୟାଳୟ ରୁ ଆସିଥିବା ପ୍ରଶ୍ନ ପତ୍ର ସମ୍ପୂର୍ଣ ସିଲାବକ୍ସ ବହିର୍ଭୁତ ହୋଇଥିବାରୁ ପରୀକ୍ଷା ବାତିଲ କରିବାକୁ ବାଧ୍ୟ ହୋଇଥିଲେ ମହାବିଦ୍ୟାଳୟ କତୃପକ୍ଷ |ପରୀକ୍ଷା ଆରମ୍ଭ ହେବା ମାତ୍ରେ କଲେଜ ଅଧକ୍ଷଙ୍କ ନିର୍ଦେଶ ରେ ପରୀକ୍ଷା କୁ ସ୍ଥଗିତ ରଖା ଯାଇଛି |

ଦିନବନ୍ଧୁ ସାହୁ ଆଇନ ମହାବିଦ୍ୟାଳୟ ରେ ଆଜି ଷଷ୍ଠ ସେମିଷ୍ଟାର ପରୀକ୍ଷା ଦେବାକୁ 137 ଜଣ ପିଲା ପରୀକ୍ଷା ଦେବାକୁ ଆସିଥିବା ବେଳେ ଇଉନିଭର୍ସିଟି କତୃପକ୍ଷ ଙ୍କ ତ୍ରୁଟି ଯୋଗୁଁ ଛାତ୍ର ଛାତ୍ରୀ ଅସନ୍ତୋଷ ଥିବା ଦେଖିବାକୁ ମିଳିଛି | ତେବେ ପରୀକ୍ଷା ବାତିଲ ପରେ ପୁନର୍ବାର ଉକ୍ତ ପରୀକ୍ଷା ହେବ ବୋଲି କଲେଜ ଅଧକ୍ଷ କହିଥିବା ବେଳେ କିନ୍ତୁ ଛାତ୍ର ଛାତ୍ରୀ ଉକ୍ତ ପରୀକ୍ଷା ର ଗ୍ରେସ ମାର୍କ ଦାବି କରିଛନ୍ତି |

Leave A Reply

Your email address will not be published.