କେନ୍ଦ୍ରାପଡ଼ା ଜିଲ୍ଲା ଅବକାରୀ ବିଭାଗର ଚଢାଉ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କେନ୍ଦ୍ରାପଡ଼ା ଜିଲ୍ଲା ଅବକାରୀ ବିଭାଗର ଅଚାନକ ଚଢାଉ ୧୦୦ ପେଟିରୁ ଅଧିକ ବେଆଇନ ଗଛିତ ଆସ୍କା ଫର୍ଟି ଜଗତ। ମହାକାଳପଡା ଛକ ଠାରେ ତେରଗାଁ ଘାଟ ଯିବା ବାଟରେ ଥିବା ଏକ ସରକାରୀ ବିଦେଶୀ ମଦ ଦୋକାନ ରହିଅଛି।

ବିଦେଶୀ ମଦ ଦୋକାନ କୁ ଲାଗି ବେ ଆଇନ ଭାବରେ ଚାଲିଥିବା ଏକ ହୋଟେଲ ଏବଂ ତା କଡକୁ ଥିବା ଏକ ଘରେ ୧୦୦ ପେଟିରୁ ଅଧିକ ଆସ୍କା ଫର୍ଟି ଗଛିତ ଥିଲା। ବିଶେଷ ସୁତ୍ରରୁ କେନ୍ଦ୍ରାପଡା ଅବକାରୀ ବିଭାଗ ଚଢାଉକରି ସମସ୍ତ ଆସ୍କା ଫର୍ଟି କୁ ଜବତ କରିବା ସହିତ ଦୁଇ ଜଣକୁ ହିପାଜତକୁ ନେଇଛି। ସ୍ଥାନୀୟ ଲୋକେ ନିଜ ନାମ ଗୋପନରଖି କହିବା କଥା ଦିର୍ଘଦିନ ହେବ ବେଆଇନ ଭାବରେ ଏଠାରେ ଏକ ହୋଟେଲ ସହିତ ତା କଡ ଘରେ ବେଆଇନ ଆସ୍କା ଫର୍ଟି କାରବାର ଚାଲିଥିଲା।

ଜବତ ହୋଇଥିବା ଆସ୍କା ଫର୍ଟି ଗୁଡିକ ଅସଲି ନା ନକଲି ତାହା ପରିକ୍ଷା କରିବାର ଆବଶ୍ୟକ ରହିଛି। ଜିଲ୍ଲା ଅବକାରୀ ବିଭାଗର ଚଢାଉ କରୁଥିବା ଅଧିକାଅରିଣୀ ନିଜ ପ୍ରତିକ୍ରିୟା ଘଟଣା ସ୍ଥଳରେ ଦେଇ ନଥିଲେ କିମ୍ବା ତାଙ୍କ ନାମ ଓ ପଦବୀ କଣ କହିବାକୁ ମଧ୍ଯ କୁଣ୍ଠାବୋଧ କରିଥିଲେ । ଏଥିରୁ ପଷ୍ଟ ବୁଝା ପଡୁଥିଲା ଯେ ବିଭାଗର ମିଲିଭଗତ ରେ ଚାଲିଆସୁଥିଲା ଏହି ବେଆଇନ ଆସ୍କା ଫର୍ଟି ବେପାର ।

Leave A Reply

Your email address will not be published.