ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ଗୁରୁବାର ସନ୍ଧ୍ୟାରେ ଆମେରିକାର ରାଜଧାନୀ ୱାଶିଂଟନରେ ରାଷ୍ଟ୍ରପତିଙ୍କ ସରକାରୀ ବାସଭବନ ହ୍ୱାଇଟ ହାଉସ ନିକଟରେ ବଜ୍ରପାତରେ ତିନି ଜଣଙ୍କର ମୃତ୍ୟୁ ଘଟିଛି। ହ୍ୱାଇଟ ହାଉସ ନିକଟରେ ଅବସ୍ଥିତ ଏକ ପାର୍କର ଲାଫାୟେଟ୍ ସ୍କୋୟାରରେ ଏକ ଦମ୍ପତି ସେମାନଙ୍କ ପରିବାର ସହିତ ବିବାହ ଉତ୍ସବ ପାଳନ କରିବାକୁ ଆସିଥିଲେ। ସେଠାରେ ବଜ୍ରପାତ ହେବାରୁ ତାଙ୍କର ମୃତ୍ୟୁ ଘଟିଛି ।
ତିନିଜଣ ଡାକ୍ତରଖାନାରେ ମୃତ୍ୟୁ ବରଣ କରିଛନ୍ତି
ଜିଲ୍ଲା କଲମ୍ବିଆ ଅଗ୍ନିଶମ ଏବଂ ଜରୁରୀକାଳୀନ ଚିକିତ୍ସା ସେବା ବିଭାଗର ସୂଚନା ଅନୁଯାୟୀ ଗୁରୁବାର ହ୍ୱାଇଟ ହାଉସ କମ୍ପ୍ଲେକ୍ସ ବାହାରେ ଅବସ୍ଥିତ ଲାଫାୟେଟ୍ ପାର୍କରେ ବଜ୍ରପାତ ହେବା ପରେ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଦୁଇ ଦିନ ପରେ ତିନିଜଣଙ୍କର ମୃତ୍ୟୁ ହୋଇଥିଲା। ଗୁରୁବାର ସନ୍ଧ୍ୟାରେ ପାର୍କର ଏକ ଅଂଶ ଏକ ଘଣ୍ଟାରୁ ଅଧିକ ସମୟ ବନ୍ଦ ରହିଥିଲା ଏବଂ ଜରୁରୀକାଳୀନ ଦଳ ଘଟଣାସ୍ଥଳରେ ଥିଲେ।
ହ୍ୱାଇଟ ହାଉସ ଦୁଃଖ ପ୍ରକାଶ କରିଛି
ହ୍ୱାଇଟ ହାଉସ ର ମୁଖପାତ୍ର କହିଛନ୍ତି ଯେ ଯେଉଁମାନେ ଜୀବନ ହରାଇଛନ୍ତି ସେମାନଙ୍କ ପାଇଁ ବିଡେନ ପ୍ରଶାସନ ଗଭୀର ସମବେଦନା ଜଣାଉଛି। ପ୍ରେସ ସଚିବ କରୀନ୍ ଜାନ-ପିଆର ଏକ ବିବୃତ୍ତିରେ କହିଛନ୍ତି ଯେ ଯେଉଁମାନେ ସେମାନଙ୍କ ଜୀବନ ପାଇଁ ସଂଗ୍ରାମ କରୁଛନ୍ତି ସେମାନଙ୍କ ପାଇଁ ଆମେ ପ୍ରାର୍ଥନା କରୁଛୁ।