ଲସି ପିଇବାକୁ ପସନ୍ଦକି? ଜାଣି ରଖନ୍ତୁ ଏହି କଥା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଖରାଦିନରେ କିଛି ସ୍ୱତନ୍ତ୍ର ପାନୀୟ ପିଇବା ନିତ।ନ୍ତ ଆବଶ୍ୟକ। ଏହାଦ୍ୱାରା ପେଟ ଥଣ୍ଡା ରହିବା ସହ ପେଟ ଜନିତ ବହୁ ସମସ୍ୟା ଦୂର ହୋଇଥାଏ ଖରାଦିନରେ ବିଶେଷ କରି ଦହି ଲସି ଓ ସରବତ ପିଇବା ଖୁବ ଲାଭଦାୟକ। ଜାଣନ୍ତୁ ଏହାର ଉପକାରୀ ଗୁଣ ବିଷୟରେ ..

୧- ଖରାଦିନରେ ଦହି ପିଇବା ଦ୍ୱାରା ପେଟ ଥଣ୍ଡାସହ ପାଚନ ତନ୍ତ୍ରକୁ ସୁସ୍ଥ ରଖିଥାଏ।

୨- ଯେଉଁମାନଙ୍କ ଅନିଦ୍ରା ଜନିତ ସମସ୍ୟା ରହିଛି, ସେମାନେ ଦହି ପିଇବା ଖୁବ ହିତକାରକ।

୩- ଦହିରେ ଉତ୍ତମ ବ୍ୟାକ୍ଟେରିଆ ରହିଥିବାରୁ ଏହା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହେବା ସହ ଖାଦ୍ୟ ହଜମ ହେବା ସହ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ଯୋଗାଇଥାଏ।

୪- ଯେଉଁମାନଙ୍କ କୋଷ୍ଠକାଠିନ୍ୟ ଜନିତ ସମସ୍ୟା ରହୁଛି, ସେମାନେ ଦହି ସହ ଜୁଆଣୀ ମିଶାଇ ପିଇବା ବେଶ ଲାଭଦାୟକ।
୫- ପେଟ ସଫା ରଖିବା ପାଇଁ ଦହି ସରବତରେ ପୁଦିନାପତ୍ର ମିଶାଇ ପିଅନ୍ତୁ।

୬- ଯେଉଁମାନଙ୍କର ଖାଦ୍ୟ ହଜମ ଜନିତ ସମସ୍ୟା ରହିଛି, ସେମାନେ ନିୟମିତ ଜିରାଗୁଣ୍ଡକୁ ଦହିରେ ମିଶାଇ ପିଅନ୍ତୁ।

୭- ନିୟମିତ ଖରାଦିନରେ ଗୋଟେ ଗ୍ଲାସ ଦହି ସରବତ ପିଇବା ଦ୍ୱାରା ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ମିଳିବା ସହ ହାଲିଆ ଅନୁଭବ ହୋଇନଥାଏ।

୮- ଦହି ସରବତରେ ଭିଟାମିନ ସି, ଏ, ଇ ଓ ବି ରହିଛି। ଯାହା ଶାରୀରକୁ ଅନେକ ପୋଷକ ତତ୍ତ୍ୱ ଯୋଗାଇଥାଏ।

ନିୟମିତ ଦହିରେ ଅଳ୍ପ ପାଣି ମିଶାଇ ଏଥିରେ ଚିନି ପକାଇ ପେଷି ଦିଅନ୍ତୁ। ଏହାକୁ ନିମୟିତ ପିଇଲେ ପେଟ ଥଣ୍ଡା ରହିବା ସହ ପେଟ ଜନିତ ସମସ୍ୟାରୁ ମୁକ୍ତି ମିଳିଥାଏ। ଶରୀରକୁ ପର୍ୟ୍ୟାପ୍ତ ପରିମାଣରେ ଶକ୍ତି ମିଳିଥାଏ।

Leave A Reply

Your email address will not be published.