ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଘରୁ ଡକାୟତି

0

ଓଡ଼ିଆ ନ୍ୟୁଜ୍: ଘରେ ପଶି ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କ ଘରୁ ଡକାୟତି।ବାଂଶପାଳ ଶୁଆକାଟି ଫାଣ୍ଡି ବାୟାପଣ୍ଡାଧର ଗାଁରେ ସଶସ୍ତ୍ର ଡକାୟତି।ପାଣି ମାଗିବା ବାହାନାରେ ୮ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଡକାୟତି।୬ ଲକ୍ଷ ୮୦ ହଜାର ଟଙ୍କା ସହ ୧୧ ଲକ୍ଷର ସୁନା ଗହଣା ଲୁଟ୍ ଅଭିଯୋଗ।

ପାଣି ମାଗିବା ବାହାନାରେ ୮ ମୁଖାପିନ୍ଧା ଦୁର୍ବୃତ୍ତଙ୍କ ଡକାୟତି । ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଘରେ ପଶି ବନ୍ଧୁକ ଦେଖାଇ ଲୁଟ୍ । ବାଂଶପାଳ ଶୁଆକାଟି ଫାଣ୍ଡି ବାୟାପଣ୍ଡାଧର ଗାଁରେ ହୋଇଛି ଏହି ସଶସ୍ତ୍ର ଡକାୟତି । ଲୁଟିନେଲେ ୬ ଲକ୍ଷ ୮୦ ହଜାର ଟଙ୍କା ସହ ୧୧ ଲକ୍ଷର ସୁନା ଗହଣା ।

କେନ୍ଦୁଝର ସଦର ଥାନା ବାୟାପଣ୍ଡାଧାରରେ ରବିବାର ବିଳମ୍ବିତ ରାତିରେ ହଠାତ୍ ଆସିଥିଲେ ଆଠ ଜଣ ମୁଖା ପିନ୍ଧା ଡକାୟତ । ବ୍ୟବସାୟୀ ସଂଗ୍ରାମ କେଶରୀ ନାଏକଙ୍କ ଘରକୁ ପଶିଥିଲେ ଫିଲ୍ମ ଷ୍ଟାଇଲରେ । ଦୁର୍ଘଟଣା ହୋଇଛି ବାବୁ ଟିକେ ପାଣି ଦିଅ । ଆଉ ପାଣି ମାଗିବା ବାହାନାରେ ପଶି ବନ୍ଧୁକ ମୁନରେ ଲୁଟି ନେଲେ ନଗଦ ୬ ଲକ୍ଷ ୮୦ ହଜାର ଟଙ୍କା ଓ ୧୧ ଲକ୍ଷ ଟଙ୍କାର ସୁନା ଗହଣା ।

Leave A Reply

Your email address will not be published.