ଉପାସରେ ମହାପ୍ରଭୁ ଲିଙ୍ଗରାଜ, ସେବାୟତଙ୍କ ବିବାଦ ଯୋଗୁଁ ନୀତିକାନ୍ତି ବନ୍ଦ

0

ଓଡିଆ ନ୍ୟୁଜ୍ (ବ୍ୟୁରୋ) : ବାରମ୍ବାର ସେବାୟତଙ୍କ ମନମାନି ଯୋଗୁଁ ବାର ବାର ଉପାସ ରହୁଛନ୍ତି ମହାପ୍ରଭୁ ଲିଙ୍ଗରାଜ । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ଟଣାଓଟରା ଯୋଗୁଁ ଓପାସରେ ଅଛନ୍ତି ମହାପ୍ରଭୁ ଲିଙ୍ଗରାଜ । ଗତକାଲି ସନ୍ଧ୍ୟା ଧୂପ ପରଠାରୁ ଠାକୁରଙ୍କ ନୀତି ବନ୍ଦ ହୋଇଯାଇଛି । ଶ୍ରାବଣର ଶେଷ ସୋମବାରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା । ପୂଜାପଣ୍ଡା ସେବାୟତ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ପରେ ମନ୍ଦିରର ନୀତିକାନ୍ତି ବନ୍ଦ ରହିଛି । ୨୦୨୦ ମସିହାରୁ ଏହି ବିବାଦ ଲାଗି ରହିଛି । ହେଲେ ଏହାର ସମାଧାନ ହୋଇପାରୁ ନାହିଁ । ଲିଙ୍ଗରାଜ ମନ୍ଦିରରେ ବଡୁ-ପୂଜାପଣ୍ଡା ନିଯୋଗ ବିବାଦକୁ ନେଇ ନୀତିକାନ୍ତି ବନ୍ଦ ଥିବା ନେଇ ସୂଚନା ମିଳିଛି। ପଇତା ଲାଗି ନୀତିକୁ ନେଇ ବିବାଦ ଦେଖାଦେଇଛି। ଗତକାଲି ବଡ଼ସିଂହାର ବେଶ ପରଠାରୁ ଲିଙ୍ଗରାଜଙ୍କ ନୀତିକାନ୍ତ ବନ୍ଦ ହୋଇ ରହିଛି। ଲିଙ୍ଗରାଜ ମନ୍ଦିରର ସୁପରଭାଇଜର ରାଜ କିଶୋର ମହାପାତ୍ର କହିଛନ୍ତି, ଗତକାଲିଠାରୁ ନୀତିକାନ୍ତି ବନ୍ଦ ରହିଛି। ସନ୍ଧ୍ୟାଧୂପ ପରେ ବିନ୍ଦୁ ସାଗରରୁ ପବିତ୍ରାର୍ପଣ ଚତୁଦର୍ଶି ନିମନ୍ତେ ସାତ ଗୋଟି ପଇତା ଧୁଆ ହୋଇ ଆସିବ କଥା। ହେଲେ ଏହା ଆସି ନାହିଁ। ସେଥିପାଇଁ ନୀତି ବନ୍ଦ ରହିଛି। ଲିଙ୍ଗରାଜଙ୍କର ବଡ଼ସିଂହାର ବେଶ ହୋଇନାହିଁ। ଆଜି ପବିତ୍ରାର୍ପଣ ଚତୁଦର୍ଶି। ଆଜି ଠାକୁରଙ୍କ ପାଖରେ ପଇତା ଲାଗି ହେବା କଥା। ହେଲେ ଏହା ହୋଇ ନାହିଁ। ପ୍ରଭୁଙ୍କ ନିକଟରେ ପଇତା ଲାଗି ପାଇଁ ପୂଜାପଣ୍ଡା ସେବାୟତ ଓ ବଡୁ ସେବାୟତ ମଧ୍ୟରେ ମତାନ୍ତର ହୋଇଥିଲା।

ପ୍ରଭୁଙ୍କ ନିକଟରେ ପଇତା ଲାଗି କିଏ ଆଗେ କରିବ ସେ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହୋଇଥିଲା। କୋର୍ଟରେ ଏହି ଘଟଣା ବିଚାରାଧୀନ ଅଛି। ସେ ଆହୁରି କହିଛନ୍ତି, ଶ୍ରଦ୍ଧାଳୁ ମାନେ ଆସି ଠାକୁରଙ୍କୁ ଦର୍ଶନ କରିପାରିବେ। ହେଲେ ପ୍ରଭୁଙ୍କର ଆଜି ନୀତିକାନ୍ତି ହେବ ନାହିଁ। ସେବାୟତ ଗୋଷ୍ଠୀଙ୍କ ବିବାଦରୁ ମହାପ୍ରଭୁଙ୍କ ନୀତି ବନ୍ଦ ହେବା ଘଟଣା ଓ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଓପାସରେ ରହିବା ଘଟଣାକୁ ନେଇ ଉଦବେଗ ପ୍ରକାଶ କରିଛନ୍ତି ଶ୍ରଦ୍ଧାଳୁ ।

Leave A Reply

Your email address will not be published.